ଅଶାନ୍ତ ମନ – ରାକେଶ ସାହୁ

ଲେଖକ ପରିଚୟ

ରାକେଶ ସାହୁ
ସଦ୍ୟ ପୋଷ୍ଟ

ପବନ ଠାରୁ ବି ପ୍ରଖର ତା ଗତି
କଳି କେ ପାରିବ ତାର ଶକତି ।।

ଏଇଠି ଥାଏ ପୁଣି ଏଇଠି ନଥାଏ
ସପନରେ କେତେ ରାଇଜ ବୁଲୁ ଥାଏ ।।

ଜଳର ସ୍ରୋତ ଅବା ଆଲୋକର ବିକିରଣ
ତା ପାଇଁ ରହିପାରେନି କିଛି ଆବରଣ ।।

ତାକୁ ଯିଏ ଅକ୍ତିଆର କରିଛି
ଜୀବନ ଯୁଦ୍ଧରେ ସିଏ ଜିଣିଛି ।।

ସିଏ ପୁଣି ଅଟେ ଏମିତି ଏକ ଦର୍ପଣ
ଥରେ ଭାଙ୍ଗିଲେ ଦାଗ ରହିଯାଏ ପୁଣ ।।

ମନର ଭାଷାକୁ କିଏ ବା ବୁଝିଛି
ଏମିତି କବି ସତେ କିଏ ଅଛି ।।

କଲମରୁ କାଳି ବି ସରିଯିବ
ମନର କଥାକୁ ଯିଏ ଲେଖିବ  ।।

ଅଧମ ମନକୁ ଧରିବେ ନାହିଁ
ଅଶାନ୍ତ ମନକୁ ଶାନ୍ତି ଯେ କାହିଁ ।।

ରାକେଶ ସାହୁ, ଭୁବନେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ