ସଂକ୍ରାନ୍ତି ପୁରୁଷ – ଗଗନ ବିହିରୀ ନାୟକ
(ବୃତ୍ତ-ମଙ୍ଗଳେ ଅଇଲା ଉଷା)
ଧନ୍ଯ ସଂକ୍ରାନ୍ତି ପୁରୁଷ
ତୁମ ଦାନତ ଅଶେଷ
ତୁମେ ସେନାପତୀ ଥିଲ
ଭାଷା ସାହିତ୍ଯେ
ଧନ୍ଯ ଗାଁ ମାଟି ତୁମର
ନାମ ଯା’ମଲ୍ଲୀକେଶ୍ବର
ତୁମ ପିତାମାତା ପାଦେ
କୋଟି ଜୁହାର
ଧନ୍ଯ ତୁମ ଶିକ୍ଷା ସାଧନ
ଉତ୍କଳ ମା’ର ତୁମେ
ଯୋଗ୍ଯ ସଂତାନ ॥୦॥
ଲଢି ବିଦେଶୀ ସହିତ
ବଞ୍ଚେଇ ଭାଷା ସାହିତ୍ଯ
ମାତୃଭାଷା ବଞ୍ଚେଇଲ
ଜ୍ଞାନ କୌଶଳେ ॥
ଦେଶ ଭାଷା ବଞ୍ଚାଇଲ
ଇତିହାସ ରଚିଗଲ
ଭାଷା ବଳେ ଆଜି
କେତେ ଚିର ବନ୍ଦିତ
ପାଇଗଲେ ଜ୍ଞାନ ପୀଠକୁ
ତୁମ ଦାନେ ଅମର
ସେ କାଳ କାଳକୁ॥୧॥
ଏବେ ଦେଖ ଦେଶ ନିତୀ
ବିଦେଶୀଭାଷାପଢନ୍ତି
ଭାଷା ପ୍ରତି ଆଉନାହିଁ
ସରାଗ କାର ।
ରହିଲେ ବିଦେଶେ ଯାଇ
ମାତୃଭାଷା ଭୁଲି ଯାଇ
ଅକ୍ତିଆର କଲେ ଯେତେ
ଦେଶ ସଂବଳ ।
ସ୍ବେଛାଚାରୀ ସ୍ବାର୍ଥୀ ହୋଇଲେ
ଈତରେ ଭାଷା ଦେଇଣ
ବିଦେଶୀ ହେଲେ ॥୨॥
ତୁମେଥିଲେ ଦେଖିଥାନ୍ତ
କାନେ ତାଙ୍କ କହିଥାନ୍ତ
ଭାଷା ରକ୍ଷା ପାଇଁ ତୁମ
ସଂଗ୍ରାମ ଗାଥା ।
ଭାଷା ପାଇଁ କେତେ ଝାଳ
ବୁହାଇଛ କର୍ମ ବୀର
ଆଜିର ଦିନେ ତୁମକୁ
କରୁ ସ୍ମରଣ ।
ଧନ୍ଯ ହେ! ସଂକ୍ରାନ୍ତି ପୁରୁଷ
ସେନାପତୀ ନାମେ ତୁମ
ଧର୍ମ ପାଳିଛ ॥୪॥
ଗଗନ ବିହିରୀ ନାୟକ, ଭୁବନେଶ୍ଵର

