କବିତା – ତୁମରି ଜୟ ଶବଦ – ଆର୍ତ୍ତତ୍ରାଣ ଖୁର୍ଡିଆ

ଲେଖକ ପରିଚୟ

ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ, ବୀରମହାରାଜପୁର, ସୋନପୁର | ସଦ୍ୟ ପୋଷ୍ଟ

Read More


ଆହେ ପ୍ରଭୁ ତୁମେ ବଳିଆର ଭୂଜ
ଜଗତ ଜଗତ ନାଥ,
ତୁମରି ଆଶିଷେ ତୁମରି ଆଦେଶେ
ସୂର୍ଯ୍ୟ,ଚନ୍ଦ୍ର ଆତଯାତ.

ରଥ ଯାତରାରେ ଭକ୍ତ ଦରଶନେ
ପୁରି ଉଠେ ବଡ ଦାଣ୍ତ,
ତୁମେ ତ କାଳିଆ ବଡ ଦଗାଦିଆ
ପାଳୁଛ ବିଶ୍ୱ ବ୍ରହ୍ମାଣ୍ତ.

ବଡ ଦେଉଳର ବଡ ସିଂହାସନେ
ବଡ ବଡ ଆଖି ଧରି,
ଅନ୍ୟାୟକୁ ତୁମେ ଦମନ କରିଛ
ନାନା ରୂପେ ଅବତରି.

ଆଗେ ବଡ ଭାଇ ମଝିରେ ଭଉଣୀ
ପଛରେ କାଳିଆ ନିଜେ,
ଚରାଚର ସ୍ରୁଷ୍ଟି ପାରିବନି ତିଷ୍ଠି
ତୁମରି ନାମକୁ ଭଜେ.

ତୁମରି ନାମରେ ଜଗତରେ ଖ୍ୟାତ
ଶିରୀକ୍ଷେତର କଳିଙ୍ଗ,
ସବୁ ଦିଗେ ଶୁଭେ ଜୟ ଜୟାକାର
ମାଡ୍ରାସଠୁ ନେଇ ବଙ୍ଗ.

ସେ ମହାପ୍ରସାଦ ହରାଏ ବିଷାଦ
ଭୁଲାଏ ଜାତି ଓ ଭେଦ,
ଚାରିଦିଗେ ଶୁଭେ ତୁମରି ପ୍ରଂଶସା
ତୁମରି ଜୟ ଶବଦ.


ରଚନା : ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ବଙ୍କିଆ, ବୀରମହାରାଜପୁର, ସୋନପୁର,  ଦୂରଭାଷ : ୯୪୩୯୧୪୦୮୧୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ