ଶକ୍ତି ମୟୀ ମା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କରୁଣା ମୟୀ ମା ଜଗତ ଜନନୀ
ସଂସାର ରଚିଲୁ ତୁହି
ତୋରି କୃପାରେ ଜୀବ ସୃଷ୍ଟି ହେଲେ
ଜୀଵନ ଧାରଣ ପାଇଁ l 1l
ମାନବ ଜାତିକୁ ସର୍ବ ଶ୍ରେଷ୍ଠ କଲୁ
ତୋରି ସେନେହ ଦେଇ
ବଳ ବୁଦ୍ଧି ଆଉ ଜ୍ଞାନର ପ୍ରଦୀପ
ଜଳାଇଲୁ ମାଗୋ ତୁହି l 2l
ନାରୀକୁ କଲୁ ସର୍ବ ଶକ୍ତିମୟୀ
ନାରାୟଣୀ ନାମ ଦେଇ
ନାରୀର ଗର୍ଭରେ ଅମୃତ ଭରିଲୁ
ସନ୍ତାନର ସୃଷ୍ଟି ପାଇଁ l 3l
ନାରୀର ବକ୍ଷରେ ଅମୃତର ସୁଧା
ଝରେ ନିର୍ଝରିଣୀ ହୋଇ
ସେ ଅମୃତ ପାନେ ସନ୍ତାନ ବଢ଼ଇ
ପୂର୍ଣ୍ଣିମାର ଚାନ୍ଦ ହୋଇ l 4l
ଲାଳନ ପାଳନ ଧାରଣର ଶକ୍ତି
ଯାହା ପାଖେ ରହି ଥାଏ
ସେହି ନାରୀ ଆଜି ଜଗତେ ପୂଜିତା
ସଂସାର ମାଆ କହେ l 5l
ସହିବାର ଶକ୍ତି ଅଧିକ ଭରିଲୁ
ପୁରୁଷଙ୍କ ଠାରୁ ବଳି
ବିପଦ ଆସିଲେ ରୁଦ୍ରାଣୀ ସେ ହୁଏ
କେହି ନ ପାରନ୍ତି ଟାଳି l 6l
ନିଜେ ନାରାୟଣୀ ମହିଷା ମର୍ଦ୍ଦିନୀ
ଯୁଗେ ଯୁଗେ ଆବିର୍ଭୁତା
ଧର୍ମର ଜୟ ସ୍ଥାପନା ନିମନ୍ତେ
ଅଗ୍ନିରୁ ହେଲ ସମ୍ଭୁତା l 7l
ନିଜର ଗୁଣ ନାରୀଙ୍କୁ ଅର୍ପିଲ
ମମତା କରୁଣା ଦେଇ
ସ୍ନେହ ପ୍ରେମ ପ୍ରୀତି ମନେ ଭରି ଦେଲ
ଜଗତ କଲ୍ୟାଣ ପାଇଁ l 8l
-=-=-=-=-=-=-
ବାସନ୍ତି ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ 8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ