ପ୍ରତିଶ୍ରୁତି – ନିବେଦିତା ପତି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଦୃଶ୍ୟାନ୍ତରେ ଦେଖା ଯାଏ,
ପୁଳାଏ ପ୍ରତିଶ୍ରୁତି ର ଚିହ୍ନ…..
ନିଷ୍ଠା ଭଙ୍ଗ ନ କରି,
ଖୁସି ର ଜୀବନ ଜୀଇଁ ବାକୁ,
କୁଢ଼ କୁଢ଼ ଖୁସି ସାଉଁଟି,
ଜୀବନ ର ଅବୁଝା ପଣିଆ କୁ ବୁଝି,
ସମ୍ପର୍କ କୁ ଅତୁଟ ରଖିବାକୁ…..

ସମ୍ଭାବନା କିନ୍ତୁ ମାଡ ଖାଇ ଯାଏ,
ଅଦିନିଆ ଝଡ ର ପ୍ରକୋପ ରେ….
ଚାରିଆଡେ ଛୀନ ଭିନ ହେଇ ପଡେ,
ତଥାପି ନିଜ ଭିତରେ କି ଶାନ୍ତି !!
ଖାଲି ଆଶା ଟିକେ ସଂଚରି ଥାଏ ବୋଲି….

ପ୍ରତିଶ୍ରୁତିବଦ୍ଧତା ରେ…..
ଅପୂର୍ବ ତୃପ୍ତି…..
ଗୋପନୀୟତା ର ନିୟନ୍ତ୍ରଣ ହରେଇ,
ଛିଟିକି ପଡୁ ଥାଏ….
ଜୀଇଁବା ର ଦୁର୍ବାର କାମନା….
ସବୁ ଶେଷ ପରେ ପୁଣି ଆରମ୍ଭ,
ସେଇ ମିଥ୍ୟା ଆଶ୍ୱାସନା ରୁ….
ପୁଞ୍ଜାଏ ପ୍ରତିଶ୍ରୁତି ଚିହ୍ନ ।

ନିବେଦିତା ପତି, ଢେଙ୍କାନାଳ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ