ଗଢିଛି କେଉଁ ବିନ୍ଧାଣି

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବିଜ୍ଞାନ ବଳରେ ମଣିଷ ଯାଇଣ
ଚନ୍ଦ୍ର ପୃଷ୍ଠେ ପାଦ ଦେଲା
କେତେ ନୂଆ ଯନ୍ତ୍ର ଉଦ୍ଭାବନ କରି
ମଣିଷ ହାତେ ଧଇଲା ।୧।

ସଙ୍ଗେସଙ୍ଗେ କାର୍ଯ୍ୟ କରି ସମ୍ପାଦନ
ପାରୁଛି ଆନନ୍ଦେ ବସି
ଦୁଃଖ ହେଲେ ମନ ଦେଖୁଥାଏ ବସି
ମନେ ମନେ ହୋଇ ଖୁସି ।୨।

ସମୟ ଲାଗେନି ଦେବାକୁ ବାରତା
ଅବିଳମ୍ବେ ଚାଲି ଯାଏ
ପାଖ ଲୋକଠାରୁ ଦୂର ଲୋକଯାଏ
ଖୁସିରେ ବାରତା ଦିଏ ।୩।

ପାରିବକି କହି ଯନ୍ତ୍ରଟିର ନାମ
ଗଢିଛି କେଉ ବିନ୍ଧାଣି
ସାରା ବିଶ୍ବବାସୀ ସକାଳରୁ ସଞ୍ଜ
ନ ଛାଡନ୍ତି ପାଖ ପୁଣି ।୪।

ପିଲାଠାରୁ ବୁଢା ସମସ୍ତେ ବାଇୟା
ହେଉଥାନ୍ତି ଦିନ ରାତି
କଷ୍ଟ ହେଲେ ତାକୁ ଦିଏନାହିଁ ସେବା
ବିଗିଡେ ଆମର ମତି ।୫।

କହି ପାରିବନି କହି ମୁଁ ଦେଉଛି
ଶୁଣିନିଅ ଦେଇ ମନ
ଛୁଇଁ ଦେଲେ ପୁଣି ବିଶ୍ବ ଦେଖାଯାଏ
ମୋବାଇଲ ତା’ ର ନାମ ।୬।

ଉପକାର କେତେ ଅପକାର କେତେ
ଜାଣିଅଛି ଯେଉଁ ଜନ
ଚିତ୍ର ବିଚିତ୍ରରେ ଆଙ୍କି ଦେଇପାରେ
ସଙ୍ଗେ ସଙ୍ଗେ ଜାଣି ମନ ।୭।

ବାଳୁତକୁ ବୁଢl ବୁଢୀକୁ ବାଳିକା
କରିଦିଏ ସଙ୍ଗେ ସଙ୍ଗେ
ମୋବାଇଲ ଆଣେ ନୂଆ ବନ୍ଧୁ କେତେ
କଥାହୁଏ ନାନା ରଙ୍ଗେ ।୮।

ଭାରି ଆଚମ୍ବିତ ଲାଗେ ମୋତେ ତାର
ମୋବାଇଲ କାରୁକାର୍ଯ୍ୟ
ଜାଣି ପାରେନାହିଁ ଦିନ ଆଉ ରାତି
କେତେବେଳେ ଉଁଏ ସୂର୍ଯ୍ୟ ।୯।

ବିଜ୍ଞାନ ତ ଆଜି ଫେଲ ନ ମାରିବ
ତା’ କାର୍ଯ୍ୟରୁ ପାରେ ଜାଣି
କହ ମୋବାଇଲ କେତେବେଳେ ତୋତେ
ଗଢିଛି କେଉଁ ବିନ୍ଧାଣି ।୧୦।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର,ମୋ-୯୮୫୩୧୪୨୫୧୦ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ