ଅବୁଝା – ଡକ୍ଟର ନୀଳମାଧବ କର

ଲେଖକ ପରିଚୟ

ଡକ୍ଟର ନୀଳମାଧବ କର
ଓଲଭରହାମ୍ପଟନ, ଇଉନାଇଟେଡ କିଙ୍ଗଡମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବୟସ ବଢିଲେଣି ବୋଲି
ସେମାନେ କହିବା ପରେ
ବୁଝି ଅବୁଝା ହେବାକୁ
ଡରମାଡ଼େ ଏବେ
ନିହାତି ଅବୁଝା ହେବାର ବେଳ
ତ ରହିଲାଣି ଅନେକ ପଛରେ

ବରଂ ଏବେ
ଅବୁଝା ମନକୁ
‘ସବୁ ବୁଝିଛି ବୋଲି’
ବୁଝେଇବାକୁ ପଡେ
ନିରୋଳାରେ

‘ବୁଝିଛି’ ବୋଲି କହିବାକୁ
ଜିଭ ଲେଉଟେନି ସତ
କିନ୍ତୁ
ମୁଣ୍ଡ ଟୁଙ୍ଗାରି ହୁଏ, ଅନ୍ତତଃ
ବୁଝିଗଲା ପରି

ତମେ ବି ଅଧିକା କଣ
ଆଶା କରୁଥିବ
‘ମୋ ବୁଝିଯିବା ଛଡା’
ଏ ବୟସରେ !

ନୀଳମାଧବ କର
ଓଲଭରହାମ୍ପଟନ, ୟୁକେ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ