ହତଜ୍ଞାନ

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

କାହିଁକି ମଣିଷ ମନରେ ହିଂସା
କାହିଁକି ଅସୂୟା ଭାବ
କାହିଁକି ଜୀବନ ଜଳଇ ଅଦିନେ
ଉତ୍ତର କିଏସେ ଦେବ ।।

ଆଳସ୍ୟ ର ବସବର୍ତ୍ତି ହୋଇ ନର
ଅକର୍ମା ଯାଉଛି ହୋଇ
ଧରମ ଦାଣ୍ଡରେ ଅଧରମ ଖେଳ
କରମ କୁ ଭୁଲିଯାଇ ।।

ନିଶ୍ଚଳ ନିଥର ହେଉଛି ସମାଜ
ଉପଳ ସମାନ ଦେଖ
ଆଗ ପଛ ଚଳତ୍ ଶକ୍ତି ବିହୀନ
ବନ୍ଧା ପଡ଼ିଛି ବିବେକ ।।

ହଜି ଯାଉଅଛି ଜ୍ଞାନ ଓ ଗରିମା
ନର ନାରୀ ନୀତି ହୀନ
ବଢେ ଅପରାଧ ଜୀବନ ହତାଶ
ପଥ ହୁଡେ ଦିନୁ ଦିନ ।।

ଖାଇବାର ଦାନ୍ତ ଦେଖାଇବା ଦାନ୍ତ
ହାତୀ ପରି ଏ ମଣିଷ
ବିଷମ ସ୍ଥିତି ରେ ମଣିଷ ତୁଣ୍ଡେ
ଖାଲି ହଳାହଳ‌ବିଷ ।।

ସଂକଟ ମଧ୍ୟେ ଆଜିର ଦୁନିଆଁ
ହା ହା କାର ଭୂମିଭୂମା
ଏ ପ୍ରାଣୀ ଜଗତ ସ୍ଵାହା ହୋମାନଳେ
ବିଚିତ୍ର ନୁହଁଇ ଜମା ।।

ହିଂସା, ଅସୂୟା, ଆଳସ୍ୟ ର ବଶ
ଶୁଣରେ ମାନବ ଜାତି
ମରଣ ଦୁଆରେ ଉପଗତ ହୋଇ
ପୁଣି ନକର ଆଉ ଅନୀତି ।।

ସାବଧାନ ହୁଅ‌ ମଣିଷ ସକଳ
ବିପଦେ ଆଜି ତୋ ‌‌ଜାତି
ନିଜକୁ ନିଜେତୁ ଚିହ୍ନ ‌ରେ ମଣିଷ
ପାହି ଯିବ କାଳ ରାତି ।।

ଉଇଁବ ନବୀନ ସୂରୁଯ ଆଣିବ
ପୁଣି ନବ ଜାଗରଣ
ଯାଗିବି ଏ ଜାତି ନୂତନ ଆଶାର
କର କର ଉନ୍ମୋଚନ ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ