ସୁନେଲି ସ୍ଵପ୍ନ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

କାଲି ରାତିଟାରେ ସପନ ତୁଠରେ
    ପ୍ରିୟାକୁ ଦେଖିଲି ମୋର
 ଜହ୍ନଠୁ ରୂପସୀ ନଈଠୁ ଅଳସୀ
    ଲାଗୁଥିଲା ଚମତ୍କାର….

ଅଧାଭିଜା ବସ୍ତ୍ରେ ଚାହିଁ ଦେଲା ଯେବେ
    ଭିଜା କୋମଳ ବଦନ
 ରମଣ ଭୋଳରେ ମନ ମୋ’ ଅଥୟ
    ଦେହେ ଅଦ୍ଭୁତ କମ୍ପନ….

ମୁଖଧାରେ ତାର କଳାସର୍ପ ପ୍ରାୟ
     ଖେଳୁଥିଲା କେଶରାଶି
 ଅସଜଡା ସେଇ କେଶରାଶି ତକ
  ସଜାଡିଲି ହୋଇ ଖୁସି….

ସଜାଡି ସାରିକି  ଅଡୁଆ କେଶକୁ
    ବାହୁପରେ ଦେଲି ଛନ୍ଦି
ପ୍ରେମ ନାଗଫାଶେ ବାନ୍ଧି ନେଲା ସିଏ
    କପାଳୁ ଝରିଲା ବିନ୍ଦି….

ଏକାଳେ ଭାଙ୍ଗିଲା ସୁନେଲି ସପନ
   ସରିଗଲା ପ୍ରିୟାପ୍ରୀତି
 ସପନର ଦୃଶ୍ୟେ ପ୍ରିୟା ମିଳନଟା
    ହୃଦେ ଭରିଦେଲା ତାତି….

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ