ପୃଥିବୀ

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପୃଥିବୀ ଅଟଇ ଜନନୀ ମୋହର
ତା ଚରଣ ଧୂଳି ମୋର ଗଳା ହାର ll
ତା କୋଳରେ ମୁହିଁ ଖେଳିଛି ବଢିଛି
କେତେ ଅରଦଳି ମୋର ସେ ସହିଛି ll
ତା’ନଦୀର ଜଳ ପାନ ମୁଁ କରୁଛି
ତାର ଫଳ ମୂଳ ନିତି ମୁଁ ଖାଉଛି ll
ତା’ ବକ୍ଷର ଶଷ୍ୟ ଆହାର କରୁଛି
ଯନ୍ତ୍ରଣା ସହି ସେ ମୋତେ ଖୁଆଉଛି ll
ତା ଜଙ୍ଗଲ ଶୋଭା ମନ ମୋ ମୋହୁଛି
ପଶୁ ପକ୍ଷୀ ଦେଖି ଖୁସି ମୁଁ ହେଉଛି ll
କଳା ମେଘ ଦେଖି ମୟୂର ନାଚୁଛି
ବସନ୍ତେ କୋକିଳ କୁହୁ କରୁ ଅଛି ll
ନଦୀ ନାଳ ସବୁ ସାଗରେ ମିଶୁଛି
ସୁଷମା ତାହାର ନିତି ବଢ଼ୁ ଅଛି ll
ଜଳ ମଧ୍ୟରେ ତ ଜାହାଜ ଚାଲୁଛି
ଷ୍ଟିମର ଲଞ୍ଚ ନିତି ଖେଳୁ ଅଛି ll
ରେଳ ବସ କେତେ ଯା ଆସ କରୁଛି,
ପଦାତିକ ଯାତ୍ରୀ ପଥରେ ଚାଲୁଛି ll
ବାଣିଜ୍ୟ ବେପାର ତୋ କୋଳେ ହେଉଛି
ପୂଜା ପାର୍ବଣରେ ତୋତେ ସଜାଉଛି ll
ଗ୍ରୀଷ୍ମ ରୌଦ୍ର ତାପ ତୋ ଦେହ ସହୁଛି
ଜଳାଶୟ ସବୁ ଶୁଷ୍କ ହେଉଅଛି ll
ବର୍ଷା ରାଣୀ ଆସି ତୋ ମନ ନେଉଛି
ସବୁଜିମା ପାଟ ତୋତେ ପିନ୍ଧାଉଛି ll
ଶୀତର ପ୍ରକୋପ ଦେହ ଥରାଉଛି
ନିଆଁ ପୁଇଁ ବାରେ ଆରାମ ଲାଗୁଛି ll
ବାର ମାସେ ତେର ଯାତ ହେଉ ଅଛି
ପୃଥିବୀ ରାଣୀର ଶୋଭା ବଢ଼ାଉଛି ll
ପୃଥିବୀ ମାତା ମୋ ସର୍ବ ଶକ୍ତି ମୟୀ
ତା ସେବା ଯତ୍ନରେ ହେବି ମୁଁ ବିଜୟୀ ll
##########
ବାସନ୍ତି ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ