କଥା ଦେଲି ତୁମକୁ

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମଣିଷ ଜନମ ଦେଲସିନା ପ୍ରଭୁ
କରମ ତ’ ହୀନିମାନ
ଡାକି ଡାକି ମୁଁ ଯେ ଥକି ପଡିଲିଣି
ଦିଅ ଥରେ ଦରଶନ ।୧।

ଉହ୍ଲାଇଣ ଆସ ରତ୍ନ ସିଂହାସନୁ
କରନାହିଁ ଅଭିମାନ
କରିବି ଦର୍ଶନ ମୁକତି ପାଇବି
ଆନନ୍ଦିତ ହେବ ମନ ।୨।

ଜୀବନେ ଭରିଲ ବ୍ଯସ୍ତ ବହୁଳତା
ପାଉନି ଭଉଣୀ ଦେଖା
ଅଭିମାନ ତାର ସହି ପାରୁନାହିଁ
ଭେଟାଇ ଦିଅ ହେ ସଖା ।୩।

ଭାରି ଖୁସି ଲାଗେ ଅଭିମାନେ ଯେବେ
ରାଗିଲେ ହୁଏ ପଞ୍ଚମ
କମିଗଲେ ରାଗ ହୋଇଯାଏ ଶାନ୍ତ
କରିବି ଯଦି ନିୟମ ।୪।

କଥା ଦେଇଥିଲି ଭେଟିବା ପାଇଁ କି
ସାହିତ୍ୟ ପ୍ରୋଗ୍ରାମ ଦିନ
ପାରିଲିନି ଯାଇ କାହିଁକି ପ୍ରଭୁ ହେ
କହିଦିଅ ଖୋଲି ମନ ।୪।

କାହିଁକି ପ୍ରଭୁ ହେ ଏ ଲୀଳା ତୁମର
କର ମୋତେ ସାତପର
ନିଜ ରକ୍ତ ଆଜି ପରହୁଏ ପୁଣି
ଅଚିହ୍ନା ହୁଏ ନିଜର ।୫।

ହୃଦୟେ କାହିଁକି କରିଲ ଜାଗ୍ରତ
ଭଉଣୀ ଡାକିବା ପାଇଁ
ଅପରାଧ ମୋର ରହିଲା କେଉଁଠି
ବୁଝାଇ ଦିଅ ଗୋସାଇଁ ।୬।

ସମ୍ପର୍କର ସେତୁ ବାନ୍ଧି ଦେଇ ପ୍ରଭୁ
କାହିଁକି ଯାଉଛ ଖସି
ଲୀଳା ଲଗାଇଣ ମଜା ନେଉଅଛ
ନୀଳାଚଳ ଧାମେ ବସି ।୭।

ଆଶା ମୋର ଆଜି ପୂର୍ଣ୍ଣ ହେବନାହିଁ
ଜାଣିଛି କଳା ଠାକୁର
କପଟ କରିଣ ରଖିଛ ଲୁଚାଇ
ଗେହ୍ଲି ଭଉଣୀକୁ ମୋର ।୮।

ଜିଲ୍ଲା ଅନୁଗୁଳ ରେଳଧାରେ ଘର
ଶିକ୍ଷୟିତ୍ରୀ କୁମୁଦିନୀ
ଲେଖିଛି କବିତା ରଖିବୁ ଉତ୍ତର
ତୁ’ ମୋର ସୁନା ଭଉଣୀ ।୯।

ଭାଗ୍ୟ ମୋର ଆଜି ହେଉଅଛି ବାମ
ତଥାପି ଭୁଲିବି ନାହିଁ
ଆସିବ ସୁଦିନ ଥିଲେ ଏ ଜୀବନ
ନିଶ୍ଚୟ ଯିବି ମୁଁ ଧାଇଁ ।୧୦।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦*


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ