ଆସ ସଅଳ – ବି. ନିରୁପମା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆସ ଜଗନ୍ନାଥ, ଆସ ସଅଳ…
ଉଛୁର ହେଲାଣି ,ଏବେ-
ଭାଙ୍ଗ ଗହଳ ।
ଆସ ସଅଳ….(୦)
ବଡ଼ ଦେଉଳର ମୋହ ,
ପାସୋରି ଦେଲ କି କୁହ !
ଦିଶେ କିବା ଲକ୍ଷ୍ମୀମୁହଁ ,
ମେଘ ବହଳ ।(୧)
ଆସ ସଅଳ….
ଆସ ଜଗନ୍ନାଥ ,ଆସ ସଅଳ…
ଉଛୁର ହେଲାଣି,ଏବେ-
ଭାଙ୍ଗ ଗହଳ ।
ଛପନ ଭୋଗ ସୁଆଦ ,
ମଧୁର ଗୀତଗୋବିନ୍ଦ !
ଭୁଲିଗଲ କି ଯା’ ଲାଗି ,
ହୁଅ ବିହ୍ଵଳ ।(୨)
ଆସ ସଅଳ….
ଆସ ଜଗନ୍ନାଥ, ଆସ ସଅଳ…
ଉଛୁର ହେଲାଣି,ଏବେ-
ଭାଙ୍ଗ ଗହଳ ।
ତୁମବିନା ଏଠି ପ୍ରଭୁ ,
ଶିରିଛଡ଼ା ଲାଗେ ସବୁ !
ଖାଆଁ ଖାଆଁ ଗୋଡ଼ଉଛି ,
ବଡ଼ ଦେଉଳ ।(୩)
ଆସ ସଅଳ….
ଆସ ଜଗନ୍ନାଥ ,ଆସ ସଅଳ…
ଉଛୁର ହେଲାଣି,ଏବେ-
ଭାଙ୍ଗ ଗହଳ ।
ଆସ ସଅଳ ।

ପଢିବାକୁ ଭୁଲନ୍ତୁ ନାହିଁ
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ
