ସ୍ଵର୍ଣ୍ଣlଭ ଐତିହ ଗାଏ

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପୁଣ୍ୟ ଭୂମି ଏଇ ଓଡିଶା ମାଟି ମୋ’
ଶାନ୍ତି ମୈତ୍ରୀ ଗନ୍ତାଘର,
ସଂସ୍କୃତି ଯାହାର ଶ୍ଵେତପଦ୍ମ ସମ
ସେହି ଜନ୍ମ ଭୂମି ମୋର l

ଭଗ୍ନ ଦେହୀ କୋଣାର୍କର ଶିଳାଲିପି
ଗାଏ ଓଡ଼ିଆ ସଂସ୍କୃତି,
ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀର
କାବ୍ୟିକ ସମ୍ଭାର ଜ୍ୟୋତି !

ଓଡ଼ିଆ ପର୍ବ ପର୍ବାଣୀ ସେ ରୂପସୀ
ସୀମନ୍ତିନୀ ରୂପ ଧରି,
ବସୁଧା, ପଦ୍ମାଳୟା ମିତ୍ରତା ପଣେ
ଆସନ୍ତି ସଂସ୍କାର ଭରି l

ମୋ ବେଦ ବେଦାନ୍ତ ଶାସ୍ତ୍ର ଓ ସଙ୍ଗୀତ
ଧ୍ୱନୀ ଓ’ଙ୍କlର ର ସ୍ଵର,
ମୋ’ ମାଟି ସଂସ୍କାର ମୋ’ ଭାଷାର ସ୍ଵର
ଶୁଣେ ଏ ସାରା ସଂସlର l

ଓଡ଼ିଆ ନାରୀର ପଣତରେ ଥାଏ
ଲାବଣ୍ୟ ଲହୁଣୀ ଭାବ,
ଅକ୍ଷୂର୍ଣ୍ଣ ରଖେ ତା’ ଲଜ୍ୟା ଆଭୂଷଣ
ସନ୍ତୁଷ୍ଟ ଥାଆନ୍ତି ଦେବ l

ଖଣ୍ଡଗିରି ଗୁମ୍ଫା, ଓଡ଼ିଆଣୀ ଚିତା
କୃଷକ ହଳିଆ ଗୀତ,
ଆାଦିବାସୀ ନୃତ୍ୟ ମୋ’ ପଖାଳ ଭାତ
ବଢାଇ ଦିଏ ମହତ l

ସଂସ୍କୃତି ମୋ’ ଜାତି ଅନ୍ତର ଆତ୍ମାର
କୋମଳ ଶକ୍ତି ଆଧାର,
ଓଡ଼ିଆର ସ୍ଵାଭିମାନ ଓ ସଂସ୍କୃତି
ଜlଣୁଛି ଏହି ସଂସାର l

ମୋ ଭାଷା ସଂସ୍କୃତି ପୂର୍ଣ୍ଣ ନୂହେଁ କେବେ
ସଦା ଗତିଶୀଳ ଥାଏ,
ମଧୁବାବୁଙ୍କର ଓଡ଼ିଆ ପୀରତି
ଏହି ମାଟି ଗାଇ ଯାଏ l

ଶୃଙ୍ଗାରରେ ଥାଏ ଆଧ୍ୟାତ୍ମିକ ପଣ
ଭକ୍ତିରେ ଶକ୍ତି ଅପାର,
ପ୍ରତିଟି ପ୍ରାଣରେ ଆତ୍ମୀୟ ଜଗlଏ
ଗୀତ ଗୋବିନ୍ଦର ସ୍ଵର l

ଚିଲିକା, ଧଉଳି ଆଉ ଖଣ୍ଡଗିରି
ଜୀବନ୍ତ ରୂପକୁ ନେଇ,
ଓଡ଼ିଆ ପୁଅର ଇତିହାସ ଗାଥା
ପ୍ରତି ପ୍ରାଣେ ଦିଏ କହି l

ପ୍ରକୃତି ମୋ’ ସୌନ୍ଦର୍ଯ୍ୟର ଗନ୍ତାଘର
ସଙ୍ଗେ ଖଣିଜ ଭଣ୍ଡାର,
ତlଳ ଲୟ ଗୀତି କବିତା ସଙ୍ଗମେ
ପବନ ହୁଏ ବିଭୋର l

ନିଖୁଣ ଭାସ୍କର୍ଯ୍ୟ କଳାକୃତି ସଙ୍ଗେ
ସମ୍ବଲପୁରର ଶାଢ଼ି,
ଓଡ଼ିଆ ନାରୀର ସୌନ୍ଦର୍ଯ୍ୟ ସହିତ
ମାଟି ଶିରୀ ଯାଏ ବଢ଼ି l

ଓଡିଶା ଆକାଶେ ପ୍ରତିଟି ନକ୍ଷତ୍ର
ସୁଦ୍ଧ ସିଦ୍ଧ ଗୁଣବନ୍ତ,
ଆଦରରେ ଅଭ୍ୟର୍ଥନା କରିଥାଏ
ଗୁଣୀ କୁ ସାରା ଜଗତ ।

ଭାସ୍କର୍ଯ୍ୟ କଳାର ମେଘ ନୃତ୍ୟମାଳା
ଓଡିଶା ଆକାଶ ଛୁଏଁ,
ଛୁଇଁ ଛୁଇଁ ନାଚି ଗର୍ବ ଗଉରବେ
ସ୍ବର୍ଣ୍ଣାଭ ଐତିହ୍ୟ ଗାଏ ।
କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ