ଝିପି ଝିପି ବର୍ଷା – ସଂଗୀତା ନାଏକ
ଝିପି ଝିପି ବର୍ଷା ଆଉ ସାଇଁ ସାଇଁ ପବନ
ଥରେଇ ଦେଇ ତନ ମନ
ନେଇଯାଏ ଭାବନା ରାଇଜକୁ
କରି ଆତଙ୍କିତ ଭୟଭୀତ ll
ଘନ ଅନ୍ଧାର ସାଙ୍ଗକୁ ଅସ୍ପଷ୍ଟ ଦିଗବଳୟ
ଚାରିଆଡେ ଜୀବଜନ୍ତୁ ଇତସ୍ତତଃ
ବେଙ୍ଗ ଝୀଂଟିକାର ଶବ୍ଦ
ସୂଚନା ଦିଏ ଅମଙ୍ଗଳ ସମୟର ll
ଆଶଙ୍କାର ଲହରୀ ବଢ଼ି ବଢ଼ି
ହୁଏ ଅମାନିଆ
ମନେପଡେ କିଛି ଅଭୁଲା ଅତୀତର
ସହିଥିବା କଷ୍ଟ ଯନ୍ତ୍ରଣା ll
ଗଛ ଲତାର ସେଇ ଅଙ୍ଗୀଭଙ୍ଗୀ
ସତେ ଅବା ଏମିତି ପରିସ୍ଥିତିର ମୂକ ସାକ୍ଷୀ
କହୁଛନ୍ତି ହୁଅନି ଅଥୟ, ହାରନି ଧର୍ଯ୍ୟ
ସମୟୟ ତା ଏଇ, ନିଶ୍ଚୟ ଚାଲିଯିବ ll
ସଂଗୀତା, ରାୟଗଡା
