ହେ ମୋ’ର ମାଟିଦୀପ – ନିଶିକାନ୍ତ କହଲସିଂହ

ଲେଖକ ପରିଚୟ

ନିଶିକାନ୍ତ କହଲସିଂହ
ସମ୍ପାଦକ - ନିର୍ମାଲ୍ୟ ସ୍ଵାଗତିକା, ଲୋକିପୁର, ଗଡମାଣତୀର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମେ ଦୀପ ମୁଁ ଦୀପ ତୁମେ ଜଳ ମୁଁ ବିତ ଜଳେ
ସଳିତା ଜଳଇ ତୁମ ହୃଦୟ ମୋ’ ଜଳେ ଅହରହ,
ତୁମେ ସାଜ ଦେଉଳରେ ମୁଁ ସାଜେ ମୋ’ଦୁନିଆ ଦେଉଳେ
ତୁମେ ତ ମାଟିରେ ଗଢା ତୁମପରି ମାଟି ମୋ’ର ଦେହ ।

ହେଉ ଦିନ ହେଉ ରାତି ଜଳିବାରେ ଆନନ୍ଦ ତୁମରି
ତୁମ ଜ୍ୟୋତି ଦିବ୍ୟଜ୍ୟୋତି ସାକ୍ଷୀ ତୁମେ ଦିବ୍ୟ ମିଳନର,
ମୋ’ର ବି ଆନନ୍ଦ ମୋତେ ଜାଳିବାକୁ ତିଳତିଳ କରି
ଯେଣୁ ମୁଁ ପ୍ରତୀକ ଏକ ମୂର୍ତ୍ତିମନ୍ତ ମହା ଜ୍ବଳନର ।

ଯୁଗେଯୁଗେ ସ୍ବପ୍ନ ତୁମ ନାଶିବାକୁ ତମସ ରାତିର
ଜାଣିଛି ମୁଁ ତୁମେ ଏକ ନିରଳସ ନୀରବ ଭାବୁକ,
ମୋ’ ସ୍ବପ୍ନ ତମିସ୍ରା ହଟୁ ଜୀବନରୁ ମଣିଷ ଜାତିର
ପାଖଣ୍ଡ ଲାଗି ମୋ’ ଶବ୍ଦ ଚେତନାର ଚଞ୍ଚଳ ଚାବୁକ ।

ତୁମରି ସାନ୍ନିଧ୍ୟ ଲାଗି ମୋ’ ଚିନ୍ତାରେ ହସେ ଚିତ୍ରଲେଖା
ହେ ମୋ’ର ମାଟିରଦୀପ ତୁମଶିଖା ମୋ’ ଅଦୃଷ୍ଟରେଖା ।

ନିଶିକାନ୍ତ କହଲସିଂହ
ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା-୭୫୨୦୬୨


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ