କଲେଣି ସାହିତ୍ୟ ଚୋରି

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚୋର ବୋଲି ଯେଉଁ ଦୁଇଟା ଅକ୍ଷର
କିଏ ନ ଜାଣିଛି କୁହ
ନିଜ ଜିନିଷକୁ ଚୋରି କରି ନେଲେ
ଆଖିରୁ ବୁହଇ ଲୁହ ।୧।

ସାହିତ୍ୟ ସମାଜେ ଚୋର ମାତିଲେଣି
ସାହିତ୍ୟ କଲେଣି ଚୋରି
ମନବଳୁ ନାହିଁ ଲେଖିବାକୁ ଆଉ
ହାତରେ କଲମ ଧରି ।୨।

ଲେଖିବାକୁ ଯଦି ଜାଣି ନାହଁ ଚୋର
କାହିଁକି କରୁଛ ଚୋରି
ପର ସାହିତ୍ୟକୁ ନିଜର କରିଲେ
ଦାଣ୍ଡରେ ହେବ ଭିକାରୀ ।୩।

ନାମ ଓ ଠିକଣା କାଟିଦେଇ ପୁଣି
ନିଜ ନାମ ଲେଖୁଛନ୍ତି
ସମୟ ଆସିଲେ ପଡୁଛନ୍ତି ଧରା
ଅନେକ ଗାଳି ଖାଆନ୍ତି ।୪।

ଚୋରି କରି ଯିଏ ଜାଣି ନ ପାରଇ
କେମିତି ହୁଅଇ ଚୋରି
ଏଭଳି କେତେଯେ ଧରା ପଡି ପୁଣି
ଜପୁଛନ୍ତି ହରି ହରି ।୫।

ସାହିତ୍ୟ ସମାଜ ତଳକୁ ଯାଉଛି
ସାହିତ୍ୟ ଚୋରଙ୍କ ପାଇଁ
କବି କବୟିତ୍ରୀ ଲେଖକ ଲେଖିକା
ନ ମିଳନ୍ତ ତାଙ୍କ ପାଇଁ ।୬।

ଲଜ୍ଜା ନ ଲାଗଇ ସାହିତ୍ୟ ଚୋରଙ୍କୁ
କରନ୍ତି ସାହିତ୍ୟ ଚୋରି
ଧରା ପଡିଗଲେ ମୁଖ ଲୁଚାଅନ୍ତି
ସବୁଠୁ ଯାଇ ବାହାରି ।୭।

ଧିକ ତୋ ଜୀବନ ଅଣ ସାହିତ୍ୟ ଯେ
କାହିଁକି କରୁଛ ମନ
ଶହ ଶହ ବନ୍ଧୁ ସାହିତ୍ୟ ଜଗତେ
ଭାବିବେ ତୁମକୁ ହୀନ ।୮।

ପଚାରିଲେ ତାଙ୍କୁ ଧମକ ଦିଅନ୍ତି
କରନ୍ତି ଯୁକ୍ତି ଅନେକ
ଶିକ୍ଷା ଦୀକ୍ଷା ଯେବେ ନଥାଏ ତାଙ୍କର
କହୁଥାନ୍ତି ଭଲ ଲୋକ ।୯।

ଏହିପରି କେତେ ଅଛନ୍ତିରେ ଭାଇ
ସାହିତ୍ୟ ଜଗତେ ରହି
ତାଙ୍କ ପାଇଁ ଆଜି ସାହିତ୍ୟ ସମାଜ
ବୁଡିବ ଯାଉଛି କହି ।୧୦।

ସାହିତ୍ୟକୁ ଯିଏ ଗଢି ଜାଣିଅଛି
କରେନି ସାହିତ୍ୟ ଚୋରି
ଚୋରି କରେ ଯିଏ ମନେ ଥାଏ ଶଙ୍କା
କଥା କୁହେ ମନ ଭରି ।୧୧।

କରିବେନି କେବେ ପ୍ରକୃତ ଚୋର
କାହାପାଖେ ଅଭିଯୋଗ
ଆଗପଛ ଚାହିଁ ବାଟ ଚାଲୁଥିବେ
ନଥାଏ ମନେ ସରାଗ ।୧୨।

କେବେ ଯଦି ଥରେ ପଡିଯାନ୍ତି ସାମ୍ନେ
ସାହିତ୍ୟ ସୃଷ୍ଟିର ଆଗେ
କିପରି ଖସିଣ ଯିବାକୁ ଚାହିଁବେ
କଥା କହି ବେଗେ ବେଗେ ।୧୩।

ସାହିତ୍ୟ ସମାଜେ ସମସ୍ତ ବନ୍ଧୁଙ୍କୁ
କରୁଅଛି ନିବେଦନ
ଏପରି ଚୋରଙ୍କୁ ହୁଅ ସାବଧାନ
ଲେଖା ପ୍ରତି ଦେଇ ଧ୍ଯାନ ।୧୪।

ଭୁଲ୍ ଲେଖିଥିଲେ କ୍ଷମା କରିଦେବେ
କହେ ଯୋଡି ବେନିକର
ଲେଖା ମୋର ଯଦି ଦେଇଥାଏ କଷ୍ଟ
ଯୋଗାଯୋଗ ମତେ କର ।୧୫।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ