ଭିନ୍ନ କୁରୁକ୍ଷେତ୍ର

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭିନ୍ନ ଏ ମହାଭାରତ ଭିନ୍ନ କୁରୁକ୍ଷେତ୍ର
ଅଦୃଶ୍ୟରେ ହୁଏ ଯୁଦ୍ଧ ଦେଖେ ନାହିଁ ନେତ୍ର l

ସେ କୁରୁକ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଥିଲା ଲୋଡ଼ା
ଆଜିର ସମରେ ବିନା ଅସ୍ତ୍ରେ ଧ୍ଵଂସ ଲୀଳା l

କୁଢ କୁଢ ଶବ ରକ୍ତ ନଦୀ ଯାଏ ବହି
ଏ ସମରେ ରକ୍ତ ନାହିଁ ଶବ ହୁଏ ଛାଇ l

ମହାମlନୀଦୁର୍ଯ୍ଯୋଧନ ଗର୍ବେ ହୋଇ ମତ୍ତ
ଅକlରଣେ ବୀର ଯୋଦ୍ଧା କରିଲା ନୀହତ l

ଆଜି ଚାଇନା ରଚିଛି ବିଶ୍ୱରେ ଚକ୍ରାନ୍ତ
ମହାମାରୀ କରୋନାକୁ କରିଛି ସେ ଅସ୍ତ୍ର l

ଭଣ୍ଡ ବୁଲେ ଦାଣ୍ଡେ ସତେ ବୁଲlରିଆ ଶଣ୍ଢ
ଅଦୃଶ୍ୟରେ ଶୂନ୍ୟେ ଚକ୍ର ଗଡlଉଛି ମୁଣ୍ଡ l

ହସୁଛି ବେଲାଳ ଦେଖି ମାନବର ଗତି
ପଶାପାଲି ଖେଳେ ଜିତେ ଅନ୍ୟାୟ ଅନୀତି l.

ଅନ୍ଧ ଅଭିଳାଷ ଆଜି ଦେଉଛି ଜହର
ଅଦୃଶ୍ୟ ପ୍ରତାରଣା ଏ ଧୃଷ୍ଟ ଚାଇନାର l

ଚିନ୍ ର ଉହlନ୍ ଆଜି ହୋଇ କୁରୁକ୍ଷେତ୍ର
ଭୁତାଣୁ ପେଣ୍ଠସ୍ଥଳୀରେ ପୃଥିବୀ ବିଖ୍ୟାତ l

ଦୁର୍ଯ୍ଯୋଧନ ସମ ଅହଂକାରୀ ସ୍ଵାର୍ଥବlଦୀ
ବିଶ୍ଵାସ ଘାତକେ ସ୍ଵପ୍ନ ଏକଛତ୍ରବାଦୀ l

ବିଶ୍ଵ ଗୃହବନ୍ଦୀ ଭୟ ଆତଙ୍କ ରାଜରେ
ଧରଣୀ ବି ସ୍ତବ୍ଧ ଆଜି ସୁପ୍ତ ବିଳାପରେ l

ଚୀନ୍ ବୀଭତ୍ସ ଅକାଂକ୍ଷା ପିପାସାର ମୋହ
ଅଦୃଶ୍ୟ ଭୁତାଣୁ ସାଜି କରୁଛି ଅଥୟ

ଭାରତ ମାଟିର ଧୈର୍ଯ୍ଯ କେବେ ଭାଙ୍ଗି ନାହିଁ
ନବୀନ ରଥରେ ମୋଦୀ ସାରଥି ଅଟଇ l

ପ୍ରଜା ସୁରକ୍ଷା ନିମନ୍ତେ ଜାଗ୍ରତ ପ୍ରହରୀ
ଦେଶ ଓ ରାଜ୍ୟ ପାଳନେ କିଏ ତାଙ୍କ ସରି l

ରକ୍ଷାକର ନାଥ ତୁମେ ଅନାଥ ରକ୍ଷକ
ତୁମ କୃପା ଦୃଷ୍ଟି ବିନା ସବୁ ନିରର୍ଥକ l

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ