ଆଉ ଏକ ସଂଗ୍ରାମ
ଲେଖକ ପରିଚୟ

ରାକେଶ ସାହୁ
ଇତିହାସ ସାକ୍ଷୀ ଅଛି
ସିଏ ସଦା ଏକା ବଞ୍ଚିଛି
ସତ୍ୟର ପଥରେ ଯିଏ ଚାଲିଛି
କଣ୍ଟା ଆଉ ପଥର କିଛି ଖାଇଛି ।।
ପାଦରେ କେବେ କଣ୍ଟା ଫୁଟିଛି
ପଥରର ଆଘାତ ବି ସହିଛି
କିନ୍ତୁ ସେ ନିରବ ରହିବନି
ଅନ୍ୟାୟ କେବେ ସହିବନି ।।
ପ୍ରତିବାଦ ନିଶ୍ଚୟ କରିବ
ଜାଣିନି ସେ ଜିତିବ କି ହାରିବ
ସଂଗ୍ରାମ ଯାରି ରହିବ
ନଦୀର ସ୍ରୋତକୁ କିଏ ଅଟକାଇବ ।।
ଭାବିଛ କଂକ୍ରିଟ୍ ନଦୀବନ୍ଧ ଗଢିଛ
କେତେ ଦିନ ରୋକିବାକୁ ସକ୍ଷମ ଅଛ
ସ୍ରୋତସ୍ଵୀନିର ବେଗ କେତେ ସହିବ
ଦିନେ ନା ଦିନେ ଏ ବନ୍ଧ ଭାଙ୍ଗିବ।।
ଯାରି ରହିବ ଏ ଜୀବନ ସଂଗ୍ରାମ
ଜାଣିଛି କେହି ସଙ୍ଗରେ ରହିବେନି
ଘୃଣା କରୁଛ ବୋଲି ଦୁନିଆକୁ କହିତ ଦେବ
ଭୁଲ୍ କହିବାକୁ ତୁମ ହୃଦୟ ବାଧା ହିଁ ଦେବ।।
✍????ରାକେଶ
