ଫଗୁଣ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଫଗୁଣ ଆସିଲା ମଧୁ ବରଷିଲା
ଛାଡି ଆସିଲାଣି ଶୀତ
ସୁଲୁସୁଲୁ ବହେ ମାଲୟ ପାବନ
ଦେହକୁ ଲଗଇ ହିତ
ଗୁଣୁଗୁଣୁ ଗୀତ ଗାଏ ମହୁ ମାଛି
ଆମ୍ବ ବଉଳ ରେ ବସି
ପତ୍ର ଝାଡ଼ା ଗଛ ନୂଆଁ ପତ୍ର ମେଲି
ଦୋହଲୁଛି ହସି ହସି
ନିଶାଚର ପକ୍ଷୀ ଦୋହଲି ଦୋହଲି
ଖାଉଚି ପାଚିଲା ଫଳ
ଡେଣା କୁ ହଲାଇ ପ୍ରଜାପତି ଉଡେ
ଗୋଟେ ପରେ ଗୋଟେ ଫୁଲ
ବଡ଼ି ସକାଳ ରୁ କଜଳ ପତି ଟା
ପଢ଼େ ନିତି ବେଦ ପାଠ
ପୋଖରି ତୁଠରେ ପୋକ ଖାଇବାକୁ
ବସିଛି ବଗ ଙ୍କ ହାଟ
କୁହୁ କୁହୁ ରlବି ମଧୁର ଗଳାରେ
କୋଇଲି ଗାଉଛି ଗୀତ
ଜାତି ଜାତି ଫଗୁ ରଙ୍ଗ ବୋଳି ହୋଇ
ପିଲାଏ ବସନ୍ତି ମିତ
ଯବା, ହେନା, ମଲ୍ଲି ପାଖୁଡା କୁ ମେଲି
ହସୁଛନ୍ତି କିରି କିରି
ବାସ ମହକlଏ ଧରଣୀ ରାଣୀ ଟା
ରୂପ ବଇଭବ ହେରି
ରୁତୁ ରାଜ ଏହି ବସନ୍ତ କୁ ସର୍ବେ
ରହି ଥାନ୍ତି ବାଟ ଚାହିଁ
ମଧୁ ର ପରଶେ  ମଧୁ ମଧୁ ବସେ
ସର୍ବେ ମତୁଆଲା ହୋଇ

କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
9861889305

Sent using Zoho Notebook – Android


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ