ଗୁରୁ କଇଁଫୁଲ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଗୁରୁ କଇଁଫୁଲ କେଉଁଠି ର‌ହିଲ
ଆସ ହେ ଭକତ ଜୀବନ,
ତୁମରି ଆଶିଷ ତୁମ ଉପଦେଶ
ଝୁରୁଛି ଏ ଦୀନ ପରାଣ ।।୦।
ବେଲପୁଞ୍ଜି ଧାମ ଘୋଷର ଆଶ୍ରମ
ବାଙ୍କୀର ବୈଦେଶ୍ୱର ମଠ,
ଭାଗବତ ଗାନ ନାମ ସଂକୀର୍ତ୍ତନ
ନିତି ଭକତ ସମବେତ ,
ତୁମ ପ୍ରତିଛବି ନାଚେ ଏ ମନରେ
କରେ ତୁମ ପାଦେ ବନ୍ଦନ ।।୧।
ଆହେ ଗୁରୁଦେବ ସୁଦୟା କରିବ
ନାମପ୍ରେମେ ଥାଉ ମୋ ମନ,
ତୁମ ପଥେ ନିତି ଥିବ ମୋର ମତି
କରୁଥିବ ମାର୍ଗ ଦର୍ଶନ,
କରୁଣା ସାଗର ବାରେ କୃପା କର
ଦିଅ ତୁମ ଚରଣେ ଥାନ ।।୨।
ମୋ ଭଉଣୀ ଭାଇ ଗୁରୁ ପଦେ ଧ୍ଯାୟୀ
ଭାଗବତ କର ଗାୟନ,
ହରିବୋଲ ଦିଅ ହୁଳହୁଳି ସହ
ଚଉଦିଗେ ଶୁଭୁ ଏ ସ୍ୱନ,
ଭାବ ଅଶ୍ରୁଜଳ ଭକତିରେ ଢାଳ
ତୁଟିଯିବ ଭବ ବନ୍ଧନ ।।୩ ।

ଘନଶ୍ୟାମ ସାହୁ
ବଇଣ୍ଡା, ପୋ.ଅ: କିଶୋର ଗଞ୍ଜ, ଜିଲ୍ଲା – ଅନୁଗୋଳ
ମୋବାଇଲ୍ ନମ୍ବର – ୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ