ମୁ ଚାଲିଗଲା ପରେ
ମୁ ଆଜି ଅଛି
କାଲି ଚାଲିଯିବି
ତୁମେ ଜିତିଯିବ
ଆଉ ମୁ ହାରିଯିବି
ମୁ ଗଲାପରେ
ତୁମେ କଣ ବୁଝିପାରିବ
ସ୍ୱାଧୀନତାର ମୂଲ୍ୟ
ଗୃହବନ୍ଦୀର ଯନ୍ତ୍ରଣା
ଖୋଲିଦେବ କି
ତୁମ ଶୁଆର ପଞ୍ଜୁରୀ ||
ମୁ ଚାଲିଗଲା ପରେ
ତୁମେ କଣ ବଦଳି ପାରିବ
ଜଳ ମାଟି ଆକାଶରେ
ତୁମ ଅତ୍ୟାଚାର କମିବ
ନା ପୁଣି ତୁମେ ହଜିଯିବି
ମୋହ ଆଉ ମାୟାରେ
ବିଭିଷୀକା ଭୁଲିଯିବ
ଅହମିକାରେ ମାତି
ଧ୍ୱଂସର ତାଣ୍ଡବ ରଚିବ
ପରକୁ ଶୋଷିବ
ଦେଶକୁ ଲୁଟିବ
ମା ଆଖିରେ ଲୁହ ଦେଇ
ତୁମେ ହସୁଥିବ
କରୋନା ଚାଲିଗଲା କହି
ନିଜର ଡିଣ୍ଡିମ ପିଟିବ
ସତରେ କଣ ତୁମେ
ବିଶ୍ୱ ପାଇଁ ବଦଳି ପାରିବ ||
