ମାଆ ହେଲା ଦାୟୀ – ସରୀତା ମହାନ୍ତି
ଜନ୍ମ ମୃତ୍ୟୁ ଆମ ଜଣଙ୍କ ହାତରେ
ନିର୍ଦ୍ଧାରିତ ହୋଇଥାଏ,
କାହାର କେବେଯେ ମୃତ୍ୟୁଆସିଥାଏ
ସାଇଁ ନିଜେ ଜାଣିଥାଏ ।
କୋମଳ ହୃଦୟ ମାଆଠାରେଥାଏ,
ସ୍ନେହମୟୀ ମାଆସିଏ,
ନିଜହାତେଆଜି ପୁଅର ମୃତ୍ୟୁର
କାରଣ କିପରି ହୁଏ ।
ପୁଅକୁ ମାରିବ ନାମ ରଖିଯିବ
ବିଭୁ କଣ ଲେଖିଥିଲେ,
କାଳ ତା ପୁରିଲା ଜୀବନବିଗଲା
ମାଆ ତା ଦୋଷୀ ହୋଇଲା।
ନିଶାମୁକ୍ତ ଦେଶୁ ହେଉଅଛିବୋଲି
ଶ୍ଳୋଗାନ ବି ଚାଲିଅଛି,
ନିଶା ଯୋଗୁଁ ଆଜି ଘରପରିବାର
ଅକାଳେ ଝଡିପଡୁଛି ।
ଜନ୍ମଦାତ୍ରୀ ଆଜିହତ୍ୟାକାରୀ ସାଜି
ନିଜେ ଦଣ୍ଡ ଭୋଗୁଅଛି,
ମାଆ,ଛୁଆଙ୍କର ନିବିଡସମ୍ପର୍କ
ନିଶାରେ ବଳି ପଡୁଛି ।
ନିଶାମୁକ୍ତ କେବେ ହେବନାହିଁ ଦେଶୁ
ନିଶାରେ ବୁଡିବେ ସବୁ
ଲାଇସେନସ୍ ପାଇ ଚିରଞ୍ଜିବୀସିଏ
ସମସ୍ତେ ହୋଇବେ କାବୁ ।
ନିଶା ପାଇଁ ସବୁ ସମ୍ପର୍କ ହଜିବ
ଅଘଟନ ଘଟୁଥିବ,
ନିଇତି ଖବର ଛାପୁଅଛି ବୋଲି
ସାମ୍ବାଦିକ ଖୁସିହେବ ।
କିଏ କଣ ଏଠି ହରାଇଲା ବୋଲି
କାହାରି ମନରେ ନାହିଁ,
ମୃତ୍ୟୁର ସମୟ ନିର୍ଦ୍ଧାରିତ ଥିଲା
ମାଆ ହେଲା ଆଜି ଦାୟୀ ।
ସରୀତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆ ପାଳ, ବାଲିଆ ପାଳ, ବାଲେଶ୍ୱର
