ପ୍ରୀତି ପରିତ୍ୟାକ୍ତେ ପୁନେଇଁ ରାତି – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

    ଆଙ୍କିଥିଲ ଯୋଉ ପିରତୀ ଚୁମ୍ବନ
       ମନୁ ଫିଙ୍ଗି ଭୟ ଭୀତିକୁ
        ସାକ୍ଷୀ ଥିଲା ଏଇ କୁଆଁର ପୁନେଇଁ
           ପଚାରି ପାର ସେ ଜହ୍ନକୁ….0

କୁଆଁରୀ ମେଳରୁ ଆନମନା ମନେ
  ଆସିଥିଲ ଯେବେ ପାଖକୁ
   ଅସରନ୍ତି ତୃଷ୍ଣା ମେଣ୍ଟି ଯାଇଥିଲା
     ପାଇ ତୁମ ଓଷ୍ଠ ମଧୁକୁ….୧

      ଜହ୍ନ ଢାଳିଥିଲା ଶୀତଳ ଜୋଛନା
       ଦେଖି ଦୁହିଁଙ୍କ ପ୍ରୀତିକୁ
        ମୋତେ ମିଳିଥିଲା ଆଞ୍ଜୁଳେ ସପନ
           ଆଦରି ତୁମର ମନକୁ….୨

   ବିହିଲେଖା ଭାଗ୍ୟ ବାମ କିବା ହେଲା
     ସାଉଁଟୁଛି ଏବେ ସ୍ମୃତିକୁ,
      ଶୀତଳ ଜୋଛନା ଦେଇକି ଲାଞ୍ଛନା
       ଭ୍ରମିତ କରଇ ମତିକୁ….୩

     ବୟଷ ବିଳାସ ବିଳପୁଚି ଏବେ
       ଗୁଣି ଗୁଣ ଗାରିମାକୁ,
        ସମୟ ସ୍ରୋତରେ ଅତୀତ ଭାସୁଛି
          ନିତି ନିନ୍ଦି ନିଜ କର୍ମକୁ….୪

   ସୁଖ ଶାନ୍ତି ଏବେ ସାତ ସପନ ମୋ’
     ସାହା ସେଇ ଚଉବାହାକୁ ,
       କଣ୍ଟଦେଲା ପୁଣି ପୁନେଇଁ ରାତିଟା
         ଆସିଯିବ ଆରବର୍ଷକୁ….୫

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ