ମଧୁବାବୁ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କଟକ ସହରେ ସତ୍ୟଭାମା ପୁରେ
ମଧୁବାବୁ ଜନ୍ମ ସ୍ଥାନ
ଅପ୍ରେଲ ଅଠେଇଶି ଶୁଭ ଦିନରେ
ଜନ୍ମିଲେ କୁଳ ନନ୍ଦନ l 1l
ଜନକ ଚୌଧୁରୀ ରଘୁନାଥ ଦାସ
ମାତା ଯେ ପାର୍ବତୀ ଦେବୀ
ଗୋବିନ୍ଦ ବଲ୍ଳଭ ପିଲା ଦିନ ନାମ
ସଂସ୍କାରର ପ୍ରତିଛବି l 2l
ଚାଟଶାଳୀ ପାଠ ଶେଷ କରି ଦେଇ
ଇଂରେଜୀ ସ୍କୁଲକୁ ଗଲେ
ସେତେ ବେଳେ ସେ ଗୋବିନ୍ଦ ନ ହୋଇ
ମଧୁସୂଦନ ହୋଇଲେ l 3l
ମାଟ୍ରିକ ପାସ କରି କିରାଣୀ ହେଲେ
ପଇସା ସଞ୍ଚୟ କଲେ
ଉଚ୍ଚ ଶିକ୍ଷା ପାଇଁ କଲିକତା ଗଲେ
ଏମେ ପାସ କରି ଥିଲେ l 4l
ଅଧ୍ୟl ପକ ଥିଲେ ମନ୍ତ୍ରୀ ହୋଇ ଥିଲେ
ମନରେ ନ ଥିଲା ଶାନ୍ତି
ବିଖଣ୍ଡିତ ରାଜ୍ୟ ଓଡିଶା ପ୍ରଦେଶ
ଏକତ୍ର ହେବ କେମିତି l 5l
କେତେକ ଅଂଶ ଯେ ବଙ୍ଗ ପ୍ରଦେଶରେ
କେତେ ଅଂଶ ବିହାରରେ
କେତେ ଅଂଶ ଥିଲା ମାନ୍ଦ୍ରାଜ ପ୍ରଦେଶେ
କେତେ ମଧ୍ୟପ୍ରଦେଶରେ l 6l
ଓଡ଼ିଆ ମାନେ ତ ଓଡ଼ିଆ ନ କହି
ହିନ୍ଦୀ ବଙ୍ଗାଳl କହିଲେ
ତେଲୁଗୁ ଭାଷାରେ କଥା ବାର୍ତ୍ତା ହେଲେ
ଓଡ଼ିଆକୁ ଭୁଲି ଗଲେ l7l
ଉତ୍କଳ ସମ୍ମିଳନୀ ଗଠନ କଲେ
ଏକତ୍ର ଓଡ଼ିଆ କଲେ
ବହୁ କଷ୍ଟ ସହି ଓଡିଶା ପ୍ରଦେଶେ
ସ୍ୱତନ୍ତ୍ରତା ଆଣି ଦେଲେ l 8l
ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ
ଇଂରେଜୀ ପଢୁଆ ଏମେ
ମଧୁ ବାରିଷ୍ଟର ନାମେ ପରିଚିତ
ସ୍ୱଚ୍ଛତା ତାଙ୍କରି କାମେ l9l
କଟକରେ ତାରକସି କମ ଯେତେ
ତାଙ୍କ ଚେଷ୍ଟାର ଫଳ
ଉତ୍କଳ ଟ୍ୟାନେରୀ ଜୋତା କାରଖାନା
କ୍ଷତିରେ ହେଲା ବିଫଳ l 10l
ବ୍ୟକ୍ତିତ୍ୱ ତାଙ୍କର ମହାନ ଅଟଇ
ପ୍ରିୟ ଅଟେ ସଭିଙ୍କର
ସଭାସମିତିରେ ବକ୍ତୃତା ଦିଅନ୍ତି
ନ ଥାଏ କାହାକୁ ଡର l 11l
ଦେଶ ପାଇଁ ଯିଏ ପ୍ରାଣ ବଳି ଦିଏ ସେତ ଅନ୍ୟ ଠାରୁ ଭିନ୍ନ
ଚିରସ୍ମରଣୀୟ ସେ ବ୍ୟକ୍ତି ଅଟନ୍ତି
ପାଆନ୍ତି ସଦା ସମ୍ମାନ l 12l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ :8658655979

Leave a Reply

Your email address will not be published. Required fields are marked *