ଜନନୀ ଜନ୍ମଭୂମି – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଜନ୍ମ ଭୂମି ମୋର ସବୁଠୁ ମଧୁର
ମାର ମମତା ଦିଏ
ଯେ ଦିନ ଜନ୍ମିଲି ମାର ଗର୍ଭରୁ
ମାଟି ମା ‘କୋଳେ ନିଏ l
ମା ‘ମା ବୋଲି ଡାକି ଦେଲେ ଥରେ
ଆଞ୍ଚଳ ବିଛାଇ ଦିଏ
ସନ୍ତାନ ମାନଙ୍କୁ ଯାହା ଦରକାର
ତା’ବକ୍ଷେ ସାଇତି ଥାଏ l
ଖେଳି ଥାଏ ମୁହିଁ ମାର କୋଳରେ
ତା ‘ନଦୀର ଜଳ ପିଇ
ଭୋକ ହେଲେ ମୁହିଁ ଖାଇ ଥାଏ ଖାଦ୍ୟ
ମୋ ପାଇଁ ରଖିଛି ସେହି l
ତା’ତନୁର ଶୋଭା ଅତି ମନୋହର
ବୃକ୍ଷ ଲତା ଭରା ସେହି
ମୋ ଜନମ ଭୂଇଁ ସାଇତି ରଖିଛି
ଫଳ ଫୁଲ କେତେ କାହିଁ l
ରତ୍ନ ଗର୍ଭା ମା ନାମ ତା ଧରଣୀ
ମମତାର ମୂର୍ତ୍ତି ସେହି
କେତେ ଧନ ରତ୍ନ କେତେ ମଣିମୁକ୍ତା
ସାଇତିଛି ଆମ ପାଇଁ l
ପାରlବାରେ ତାର ନୀଳ ଢେଉ ଖେଳେ
ଜ୍ୟୋଛନା ପରଶ ଦେଇ
କୋଟି ଜନତାର ମନ ମୁଗ୍ଧ କରେ
ସ୍ନେହର ପରଶ ଦେଇ l
ମା କୋଳ ଝୁଲଣl ଅତି ଆପଣାର
ସ୍ୱର୍ଗ ଠାରୁ ବଡ଼ ସେଇ
ସେହି ପଣତରେ ବନ୍ଧା ମୁଁ ହୋଇଛି
କେବେବି ଭୁଲିବି ନାହିଁ l
ତାର ବୀର ପୁତ୍ର ମୋର ଆଦର୍ଶ
ଅନୁଗାମୀ ହେବି ମୁହିଁ
ଶିଳ୍ପୀର ମୁନରେ ସ୍ବପ୍ନ ଭରି ଦେବି
ରଙ୍ଗ ତୂଳିକାକୁ ଛୁଇଁ l
ଜନ୍ମ ଭୂମି ମୋର ନିଜଠୁ ନିଜର
ସେବା କରୁ ଥିବି ତାର
ତା ‘ଯଶ କୀର୍ତ୍ତି ଅକ୍ଷୁର୍ଣ୍ଣ ରଖିବି
ଦିବା ନିଶି ନିରନ୍ତର l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *