ପୁରାଣ କଥା – ମେଦିନୀ ନାମକରଣ ଓ ଭଗବାନଙ୍କ ଦଶ ଅବତାର

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏ ସୃଷ୍ଟିରେ ଭଗବାନ ହେଉଛନ୍ତି ଅଜ ଓ ଅମର । ତେଣୁ ଭଗବାନଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ସେ କେବେ ଜନ୍ମି ନାହାଁନ୍ତି କି କେବେ ମରିପାରିବେ ନାହିଁ । ସେଥିପାଇଁ ସେ ଅଜର । କାରଣ ତାଙ୍କ ଜୀବନରେ କେବେହେଲେ ବାର୍ଦ୍ଧକ୍ୟ ଆସେ ନାହିଁ । ସେ କେବେହେଲେ ବୁଢା ହୋଇନଥିଲେ,ବୁଢା ହୋଇ ନାହାଁନ୍ତି କି ବୁଢା ମଧ୍ଯ ହେଵେ ନାହିଁ । ସେ ଏ ସୃଷ୍ଟିରେ ଅନାଦି ଓ ଅନନ୍ତ। ଆରମ୍ଭ ନାହିଁ କି ଶେଷ ନାହିଁ ତାଙ୍କର । ସେ ତାଙ୍କ ନିଜ ଇଛାରେ କେତେବେଳେ ନିରାକାର ତ ପୁଣି କେତେବେଳେ ସାକାର ସାଜି ଥାଆନ୍ତି । ତାଙ୍କର ସ୍ବରୂପ ବା ମୌଳିକ ସାକାର ରୂପରେ ସେ ହେଉଛନ୍ତି ମେଘବର୍ଣ୍ଣ ଓ ଚତୁର୍ଭୁଜ । ସେ ତାଙ୍କର ଚାରି ହସ୍ତରେ ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ଧାରଣ କରିଥାଆନ୍ତି । ସେହି ଭଗବାନଙ୍କର ନାମ ହେଉଛି ନାରାୟଣ, ହରି ବା ଶ୍ରୀହରି,ବିଷ୍ଣୁ ବା ମହାବିଷ୍ଣୁ । ସେ ସପ୍ତସାଗର ସୃଷ୍ଟିକରି ସେଥିମଧ୍ଯରେ ଥିବା କ୍ଷୀରସାଗର ମଧ୍ଯରେ ଶେଷନାଗ ଅନନ୍ତଙ୍କ କୋଳରେ ଶୟନ କରିଥାନ୍ତି । ସେହି ପ୍ରଭୁ ନାରାୟଣ ନିଜ କାନ ଭିତରୁ ମଧୁ ଓ କୈଟଭ ନାମକ ଦୁଇ ଜଣ ରାକ୍ଷସଙ୍କୁ ଜନ୍ମ ଦେଇଥିଲେ । ଜନ୍ମ ହେଲାପରେ ରାକ୍ଷସ ଦୁଇ ଜଣଙ୍କର ଉତ୍ପାତ ବଢିଯିବାରୁ ଵିଷ୍ଣୁ ସେମାନଙ୍କୁ ସଂହାର କରିଥିଲେ । ସେହି ଦୁଇ ରାକ୍ଷସଙ୍କ ମେଦରେ ଵିଷ୍ଣୁ ଏହି ପୃଥିବୀକି ସୃଷ୍ଟି କରିଥିଵାରୁ ପୃଥିବୀର ଅନ୍ଯ ନାମ ମେଦିନୀ ହୋଇଛି ।

ସ୍ବୟଂ ଵିଷ୍ଣୁ ହେଉଛନ୍ତି ପରମପୁରୁଷ ଓ ଲୀଳାମୟ ଏ ଜଗତରେ । ସେ ନିଜର ଲୀଳା ଵିସ୍ତାର କରିବା ପାଇଁ ଜୀବ ଜଗତ ସୃଷ୍ଟି କରିବାକୁ ଇଛା କଲେ । ତେଣୁ ଵିଷ୍ଣୁଙ୍କ ଇଛାରେ ଵିଷ୍ଣୁଙ୍କ ନାଭିରୁ ଗୋଟିଏ କମଳ(ପଦ୍ମଫୁଲ) ଜାତ ହେଲା । ସେହି କମଳରୁ ସେ ବ୍ରହ୍ମାଙ୍କୁ ଜାତ କଲେ ଏବଂ ପ୍ରଜା ସୃଷ୍ଟି କରିବା ପାଇଁ ବ୍ରହ୍ମାଙ୍କ ଉପରେ ଭାର ଦେଲେ । ସ୍ବୟଂ ବ୍ରହ୍ମା ସକଳ ଜୀବଜଗତଙ୍କୁ ସୃଷ୍ଟି କଲେ । ସୃଷ୍ଟ ଜୀବମାନଙ୍କ ମଧ୍ଯରୁ କେହି ଦୁଷ୍ଟ ଓ କେହି ଶିଷ୍ଟ ଭାବରେ ବଢିବାକୁ ଲାଗିଲେ । ଦୁଷ୍ଟମାନଙ୍କୁ ଵିନାଶ କରି ଶିଷ୍ଟମାନଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ନାନା ଯୁଗରେ ନାନା ଅଵତାର ଗ୍ରହଣ କଲେ । ବିଷ୍ଣୁଙ୍କର ସର୍ବପ୍ରଥମ ଅବତାର ହେଉଛି ମୀନ ବା ମତ୍ସ୍ୟ ଅବତାର । ଏକଦା ଶଙ୍ଖ ନାମରେ ଗୋଟିଏ ଅସୁର ଥିଲା । ସେ ପବିତ୍ର ବେଦ ଗ୍ରନ୍ଥକୁ ଚୋରାଇ ନେଇ ସମୁଦ୍ର ମଧ୍ଯରେ ଲୁଚାଇ ରଖିଥିଲା । ସେହି ଵେଦ ଉଦ୍ଧାର ପାଇଁ ଭଗବାନ ଵିଷ୍ଣୁ ମୀନ ବା ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ । ରୋହିତ ମତ୍ସ୍ୟ ରୂପେ ସମୁଦ୍ର ମଧ୍ଯରେ ସେ ଲକ୍ଷେ ଯୋଜନ ବିଚରଣ କରି ଶଙ୍ଖାସୁରକୁ ଖୋଜିଥିଲେ । ଶଙ୍ଖାସୁରକୁ ପାଇଲାମାତ୍ରେ ସେ ତାକୁ ସଂହାର କରି ପବିତ୍ର ଵେଦଗ୍ରନ୍ଥକୁ ଉଦ୍ଧାର କରିଥିଲେ । ଦେବତା ଓ ରାକ୍ଷସ ମାନେ ମନ୍ଦରଗିରିକୁ ଖୁଆଦଣ୍ଡ କରି ସମୁଦ୍ର ମନ୍ଥନ କଲାବେଳେ ମନ୍ଦରଗିରି କ୍ଲାନ୍ତ ହୋଇ ରସାତଳକୁ ଖସି ପଡିବାରୁ ଭଗବାନ ଵିଷ୍ଣୁ ଦେଵତାମାନଙ୍କ ପ୍ରାର୍ଥନା ଶୁଣି କଚ୍ଛପ ଓ କୂର୍ମ ଅଵତାର ଗ୍ରହଣ କରିଥିଲେ । ବିଷ୍ଣୁ କୂର୍ମ ଅଵତାରରେ ରସାତଳକୁ ଯାଇ ନିଜ ପିଠିରେ ମନ୍ଦରଗିରିକି ଉର୍ଦ୍ଧ୍ବକୁ ଟେକି ରଖିଥିଲେ । ପ୍ରଳୟ କାଳରେ ପୃଥିବୀ ବୁଡି ଯାଉଥିଲା ବେଳେ ଭଗବାନ ବିଷ୍ଣୁ ବରାହ ବା ଶୂକର ଅବତାର ଗ୍ରହଣ କରି ନିଜ ଦନ୍ତରେ ପୃଥିବୀକୁ ଧାରଣ କରିଥିଲେ । ବାକିଥିବା ଶେଷ ଅବତାରକୁ ମିଶାଇ ଭଗବାନ ବିଷ୍ଣୁଙ୍କର ଅବତାର ସଂଖ୍ଯା ହେଉଛି ଦଶ । ଏହି ଦଶ ଅବତାରର ନାମ ହେଉଛି ଯଥା- ମତ୍ସ୍ୟ, କଚ୍ଛପ,ବରାହ,ନୃସିଂହ, ବାମନ,ପରଶୁରାମ,ରାମ,ବଳରାମ, ବୁଦ୍ଧ ଓ କଳ୍କି ।

ତଥ୍ୟ – ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ