ବୃକ୍ଷ ଓ ନାରୀ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ପରିବାର ଠାରୁ ପରିବେଶ ସୃଷ୍ଟି
ନାରୀର ହାତ ସବୁଠି
ବୃକ୍ଷ ଆଉ ନାରୀ ସମ ଗୁଣ ବର୍ତ୍ତୀ
ପରୋପକାରେ ଦୁହେଁ ଟି….

ସ୍ନେହ, ଶ୍ରଦ୍ଧା, ପ୍ରେମ ସଦା ଝରୁଥାଏ
ସଂସାର ମଧ୍ୟେ ସାରଟି
ବୃକ୍ଷ ଓ ନାରୀ ଦୁହେଁ ଉପକାରୀ
ଏକଥା ଅନ୍ୟଥା ନୁହେଁଟି….

ନାରୀ ସାଜେ ମାତା, ଭଗିନୀ ଦୁହିତା
କେବେ ଜାୟା ପତିବ୍ରତା
ସବୁରି ରୂପରେ ପ୍ରେମ କାଙ୍ଗାଳିନୀ
ସେଇ ପଥ ପ୍ରଦର୍ଶିକା….

ବୃକ୍ଷ ବି ସେମିତି ଅମ୍ଳଜାନ ପାଇଁ
ନିତାନ୍ତ ଜରୁରୀ ଆମ
ବାସଗୃହ ଠାରୁ ଶ୍ମଶାନ ପର୍ଯ୍ୟନ୍ତ
ନିଃସ୍ବାର୍ଥେ ଦିଅଇ ଦାନ….

ଦୁହିଁଙ୍କ ମିଳନେ ପ୍ରକୃତି ଶୋଭିତ
ଝଲସଇ ତନୁମନ
ଉପମା ଦେବାକୁ ଭାଷା ନାହିଁ ମୋର
ଦୁହିଁଙ୍କୁ କଲି ନମନ….

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ