ମୁଁ ଗୋଟେ ଝିଅ – ଅରୁଣ କୁମାର ମହାନ୍ତି

ଲେଖକ ପରିଚୟ

Blog | +

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ମୁ କିଏ??
କଣ ମୋର ଅସ୍ତିତ୍ବ???
ଉତ୍ତର ମିଳେ…!!
ତୁ ଦୁର୍ବଳ, ତୁ ଅସହାୟ, ତୁ ବୋଝ…
କାରଣ ତୁ  ଗୋଟେ ଝିଅ…..!!!

ସମୟ କୋଳରେ ଯେବେ ବଡ ମୁ ହେଲି
ଦୁନିଆର ରୀତିନୀତି କୁ ପରଖି ନେଲି
ମୋ ପ୍ରଶ୍ନର ଉତ୍ତର ମୁ ଖୋଜି ପାଇଲି….
ନା ମୁ ଦୁର୍ବଳ, ନା ମୁ ଅସହାୟ, ନା ମୁ ବୋଝ
 କାରଣ ମୁ ଗୋଟେ ଝିଅ…..!!!

ପରିବାରର ସନ୍ମାନ ମୁ…
ବାପା ମାଆ ର ଅଭିମାନ ମୁ….
ଏ ସଂସାରର ସମସ୍ତ ରୂପ ରୁ
 ସବୁଠୁ ସୁନ୍ଦର ରୂପ ମୁ…..
ସୃଷ୍ଟି ଉତ୍ପତିର ପ୍ରଥମ ବୀଜ ମୁ…
ନୂଆ ସମ୍ପର୍କର ପ୍ରଥମ ପରମ୍ପରା ମୁ…
ପ୍ରେମ ବନ୍ଧନର ଅତୁଟ ଡୋର ମୁ…
ମୋ ବିନା ଏ ସୃଷ୍ଟି ଅସମ୍ଭବ….
ତଥାପି ମୁ ଆଜି ପଡୁଚି ବଳି….
ମୋ ମହିମା କେହି ପାରୁନି ଜାଣି….
ଭାବୁଛି ଗୋଟେ ଅଡୁଆ ସୂତା ଖିଅ
କାରଣ ମୁ ଗୋଟେ ଝିଅ…..!!!!

ମୁ ଏକ ଜ୍ବଳନ୍ତ ଅଗ୍ନି ଶିଖା ଟିଏ
ଛୁଇବନି ମୋତେ, ଜଳିଯିବ ତୁମେ
ମୁ ଦୁର୍ଗା, ମୁ କାଳୀ, ମୁ ହିଁ ପାଞ୍ଚାଳୀ
ମୁଁ ହିଁ ସୃଷ୍ଟି  ଆଉ  ମୁଁ ହିଁ ବିନାଶ
ମୁଁ ହିଁ ଅମୃତ ଆ ମୁଁ ହିଁ ବିଷ
ଭାବିବନି ମୋତେ ଗୋଟିଏ କୋମଳ ପୁଷ୍ପ
ଗୋଟେ ଦୁର୍ବଳ ଅସହାୟ ଝିଅ…..!!!!

 ମୁ ଆହ୍ୱାନ କରୁଛି…
ଜାଗ୍ରତ ହୁଅ ନାରୀ କରି ଶଙ୍ଖ ବନ୍ଦନା
ଦେଖାଇ ଦିଅ ତୁମର ଚାରୁ ରୁଦ୍ର ପ୍ରତିମା….
              ସମୟ ଆସିଛି…
ବୀନତି ନୁହେ…. ଚେତାବନୀ ର
ଅଶ୍ରୁ ର ନୁହେ…. ଅସ୍ତ୍ର ଉଠାଇବାର
ନା ଲାଜ ର  ନା  ଲଜ୍ଜ୍ୟାର…
ସମୟ ଆସିଛି ବିଦ୍ରୋହର
ନିଜ  ଅଧିକାର ସାବ୍ୟସ୍ତ କରିବାର
ସ୍ବାଭିମାନ ସହ ବଞ୍ଚିବାର…..

ଅରୁଣ କୁମାର ମହାନ୍ତି,
ଇଷାଣପୁର, ଯାଜପୁର, ଫୋନ୍-୭୭୧୫୦୮୧୩୦୮

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments