ମୁଁ କରୋନା – ଶୁଭକାନ୍ତ ସାହୁ

ଲେଖକ ପରିଚୟ

ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ କରୋନା
କାଳଚକ୍ରର ମହାକାଳ
ପ୍ରକୃତିର ହଳାହଳ
ଆଉ ତାର ରୁକ୍ଷାନଳ
ବୁଝି କି ପାରୁନା!
ମୁଁ କରୋନା।
ସୂକ୍ଷ୍ମାତି ସୂକ୍ଷ୍ମାବୟବ
ବଦଳାଏ ରୂପ ନବ ନବ
ସୂକ୍ଷ୍ମ ସିନା ସ୍ବରୂପ ମୋହର
ପ୍ରକୃତି ମୋ ଭୀମ ଭଇରବ
ଜାଣି କି ପାରୁନା!
ମୁଁ କରୋନା।
ବାୟୁ,ଜଳ, ସ୍ଥଳ
ସର୍ବତ୍ର ମୋ ଖେଳ
ତୁମ ଅସାବଧାନପଣ ମୋର ବଳ
କେମିତି ଜାଣନା?
ମୁଁ କରୋନା।
ବିଶ୍ଵ ଆଜି ଥରହର
ମନରେ କୋକୁଆ ଡ଼ର
କେ ତୁମକୁ କରିବ ଉଦ୍ଧାର
ତ୍ରାହି ତ୍ରାହି ବୋଲି ତୁମେ
ଯେତେ ବି ଡ଼ାକନା।
ମୁଁ କରୋନା।
ଆପେ ମଣି ଶ୍ରେଷ୍ଠ
କଲ ନଷ୍ଟ ଭ୍ରଷ୍ଟ
ପ୍ରକୃତିର ଯାବତ ଅନିଷ୍ଟ
କେତେ ଆଉ ସହିଥାନ୍ତା
ମାନବ ତାଡନା?
ମୁଁ କରୋନା।
ଏବେ ଦେଖ ମୋର ରୁଦ୍ର ରୂପ
ମୁଁ ସେ ହି ପ୍ରକୃତି କୋପ
କି କରିବ ତୁମ ଗୁଳି ଗୋଳା ତୋପ
ତୁମକୁ ହିଁ କରି ଥୋପ
ମେଣ୍ଟାଇବି ମୋ କାମନା।
ମୁଁ କରୋନା।
ଆବାଳ ବୃଦ୍ଧ ବନିତା
ଜାତି, ଧର୍ମ, ବର୍ଣ୍ଣ ବିଭେଦତା
କିଏ ବା ଫକୀର ଅବା
କିଏ ସିଂହାସନ ଅଧିଷ୍ଠାତା।
ମୁଁ କିଛି ଦେଖେନା।
ମୁଁ କରୋନା।
ଦୟା, ଧର୍ମ, ମୋହ କି ମମତା
ସ୍ତ୍ରୀ,ପୁତ୍ର, କନ୍ୟା ଅବା ପିତା
ଅୟସେ କେ ବଞ୍ଚୁଥାଏ
ନିତି ନିତି କିଏ ବା ହୀନସ୍ଥା
ମୁଁ କିଛି ବାଛେନା।
ମୁଁ କରୋନା।
ଅହରହ ଜଳାଉଛି ଯୁଇ
ତଥାପି ତ ବେଫିକର୍ ହୋଇ
କେମିତି ବୁଲୁଛ ଯାଇ
ବିନା ତୁଣ୍ଡିରେ ଫେରୁଛ
ହାତ ବି ନ ଧୋଇ
ଚେଇଁ କି ଶୁଅନା?
ମୁଁ କରୋନା।
ମାସ୍କ ଆଉ ହାତଧୁଆ ଅସ୍ତ୍ର
ଦେଖିଲେ ମୁଁ ହୁଏ ଭୀତତ୍ରସ୍ତ
ଆବେଗରେ ଯୋଡ଼ି ଥାଅ ଯଦି
ସାମାଜିକ ଦୂରତ୍ବ ସହିତ
ଅସ୍ତ ହେବ ମୋ ଜୀବନ ସୂର୍ଯ୍ୟ
ହରାଇବି ମୋହର ଅସ୍ତିତ୍ବ
ସତରେ ଜାଣନା?
ମୁଁ କରୋନା

ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ
ପିନ୍:୭୬୧୧୦୫
ମୋ: ୯୮୬୧୭୩୨୨୫୬


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ