କରୋନା କରୋନା ହୁରି ପଡୁଅଛି – ରମେଶ ଚନ୍ଦ୍ର ମିଶ୍ର
କରୋନା କରୋନା ହୁରି ପଡୁଅଛି
ବିଶ୍ବର କୋଣେ କୋଣେ
ଆଶଙ୍କାର କଳା ବାଦଲ ଘୋଟିଛି
ମୃତ୍ୟୁର ଭୟ ମନେ । ୧
କରାଳ ମୁଖକୁ ବିସ୍ତାର କରି
ଅଦୃଶ୍ୟ ଅରି ଧାଏଁ
ହୃଦୟ ତନ୍ତ୍ରୀ ଥରାଇ ଥରାଇ
ମୃତ୍ୟୁ କବିତା ଗାଏ । ୨
ମଣିଷ ଭିତରେ ବିଶ୍ବାସ ଭଳି
ଅମୂଲ୍ୟ ଦରବ ଲୁଟେ
ଆପଣା ମଣିଷୁ ଆପଣାର ପଣ
ନିମିଷକେ ସତେ ତୁଟେ । ୩
ଜାତି ଅଜାତିର ଛୁଆଁ ଛୁଇଁ ଭାବ
ସମାଜରୁ ସିନା ଗଲା
ଆତ୍ମୀୟ ସହ ମିଶି ଚଳିବାର
କଟକଣା ପହଞ୍ଚିଲା । ୪
ଜୀବନ ଜୀଇଁବା ଆଶାର ସୂରୁଜେ
ନିରାଶା-ବାଦଲ ଢାଙ୍କେ
ମନ-କାଗଜରେ ହୃଦଥରା ଛବି
କେଉଁ ନିରିମମ ଆଙ୍କେ । ୫
ପ୍ରତିଟି ମୁହୂର୍ତ୍ତ ଭୟ ବିଜଡିତ
କର୍ଣ୍ଣ କୁହର କ୍ଳାନ୍ତ
ମୃତ୍ୟୁ ଖବର ଚେତନା ଚୋରାଇ
କରିସାରିଲାଣି ଶ୍ରାନ୍ତ । ୭
କେବେ ହଜିଯିବ ଏ କଳା ବାଦଲ
ଥମିଯିବ ଝଡ ରାତି
ବିଶ୍ବ-ଆକାଶେ ନବୀନ ତପନ
ପ୍ରାଣରେ ଭରିବ ଶାନ୍ତି ! ୮
ଆଗ ଭଳି ପୁଣି ଜୀଇଁବ ମଣିଷ
ବିଶ୍ବାସ ପୁଞ୍ଜି କରି
ସ୍ନେହ ସରାଗର ମନ୍ତ୍ର ତାନରେ
ବିଶ୍ବ ଉଠିବ ପୂରି ! ୯
ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା,
ଅନୁଗୋଳ, ମୋ-୯୪୩୮୪୮୧୧୩୬
