ତମ ରୂପ ରଙ୍ଗର ପସରା – ଡକ୍ଟର ନୀଳମାଧବ କର
ତମ ଦେହ ବସନ୍ତରେ
କଳା କଳା ଭ୍ରମରଙ୍କ ବେଶ କୋଳାହଳ
କଣ ଶସ୍ତା ରସାୟନ
ରଙ୍ଗ ଓ ରୂପର ପସରା ପାଇଁ !
ନା ଦି ଦିନର ମହକ ପାଇଁ
ଯିଏ କାଲି ଉଡ଼ି ଯିବ ହାଏ
ତମେ ପୁଣି ଝରିଯିବ କୀଟଦ୍ରଷ୍ଟ ହେଇ ।
ସତ ମୋତେ ଭଲ ଲାଗେ
ତମ ଦେହ କଣ୍ଟାର ମୃଦୁ ଅନୁଭବ
ଆଘାତରେ ପରାଜୟର ଆତ୍ମଗ୍ଲାନି ସହ
ଖୁସି ଲାଗେ କଣ୍ଟାର ଦୁଃସାହସ ପାଇଁ ।
ତମର ସେ ନିରୀହ ଚାହାଁଣୀରେ କିନ୍ତୁ
ରୂପ ଓ ରଙ୍ଗର ପସରା
ମୋତେ ଜମ୍ମା ଭଲ ଲାଗେ ନାହିଁ ।
ଡକ୍ଟର ନୀଳମାଧବ କର,
ଓଲଭରହାମ୍ପଟନ, ଇଉନାଇଟେଡ କିଙ୍ଗଡମ
