ନିସ୍ତବ୍ଧ ପରଚ଼ – ପ୍ରଶାନ୍ତ କୁମାର ସାହୁ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ନିସଙ୍ଗତା ପଚାରିବୁଝେ ଆଜି
କାହିଁ ଗଲା ଶବ୍ଦେ ବନ୍ଧା ଡୋରୀ
କାନ୍ଧକୁ କାନ୍ଧ ମିଶାଇ
ଚାଲୁଥିବା ଜୀବନ ପଥରେ ,
ରହି ତ ଗଲେଣି ପଛରେ ଅନେକ
ସ୍ମୃତି ହୋଇ ନିଜନିଜ ଠିକଣା ସ୍ଥଳରେ ।
ତୁମେ ଆଉ ପଚାରନି ଠିକଣା ମୋତେ
ଯଦି ଏକାଏକା ଛାଡ଼ି ଦେବ
ତୁମ ଅମୁହାଁ ସୀମାରେଖାରେ ।
ତୁମେ ଯେବେ ଉଡ଼ୁଥାଅ ଫରଫର
ପ୍ରତ୍ୟୟର ପ୍ରତିଟି ଶବ୍ଦର ସୁରେ
ଶୁଣୁଥାଏ ତୁମ ପ୍ରବଞ୍ଚନା
ନ ଅଟକି ମୋ ଅଜ୍ଞତାର ଯାତ୍ରାରେ ।
ତୁମେ ଯେବେ ବିଞ୍ଚିଦିଅ ସପନ
ଗତିର ଟିକ୍ ଟିକ୍ ଶବଦରେ
ଅଧା ଚାଲି ଅଧା ଧାଉଡ଼ିରେ ଧଇଁସଇଁ
ମୂଲଚାଲ ବିନା ପାଇବାର ଆଶାରେ ।
ତୁମେ ନିରନ୍ତର ଅକ୍ଷି ତମୋହର
ପରଖିଛ ପ୍ରତି ପାହୁଣ୍ଡରେ
ନିସ୍ତବ୍ଧ ହୋଇବ କିଏ କାହା ପାଇଁ
ଥିଲେ ତୁମେ କହିଦେବ ଥରେ ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ