ମୋ ଗାଁ ଆଜି ବଦଳିଛି – ଏ ପି ଶୁଭକାନ୍ତ

ଲେଖକ ପରିଚୟ

ଏ ପି ଶୁଭକାନ୍ତ
ହରିପୁର, ଖଡ଼ିଆଙ୍ଗ, ଯାଜପୁର | ସଦ୍ୟ ପୋଷ୍ଟ

Read More

ଆଜି ବୁଲାର ମନ ସକାଳୁ ଭାରି ଖୁସି, ଯାହାହେଉ ଗାଁ ପିଲାମାନେ ମିଳିମିଶି ଲକ୍ଷ୍ମୀପୂଜା ଆୟୋଜନ କରୁଛନ୍ତି । ପ୍ରତି ଘରୁ ଚାନ୍ଦା ଆଦାୟ କରାଯାଇଛି । ସେ ବି ୫୦୦୦ ଟଙ୍କା ଚାନ୍ଦା ଦେଇଛି । ଗାଁ ପିଲାଏ ରାତିରେ ମେଲୋଡି ବି କରୁଛନ୍ତି ।
ସେ ବି ଯେତେବେଳେ ଯୁବକ ଥିଲା ଗାଁ ରେ ସାଙ୍ଗସାଥୀଙ୍କୁ ନେଇ ସତ୍ୟନାରାୟଣ ପୂଜା ତଥା ବାଦୀପାଲା ଆୟୋଜନ କରୁଥିଲା । ପାଖ ୯-୧୦ ଖଣ୍ଡ ଗାଁ ର ଲୋକ ପାଲା ଦେଖିବାକୁ ଆସୁଥିଲେ । ଏଇ କିଛି ବର୍ଷ ହେବ ଲୋକ ପାଲା ପାଇଁ ସହଯୋଗ ତ ଦୂରର କଥା ଆଗ୍ରହ ନେଇ ଦେଖିବାକୁ ମଧ୍ୟ ଗଲେନାହିଁ । ତେଣୁ ଗାଁ ରେ ହେଉଥିବା ପାଲା ବନ୍ଦ ହୋଇଗଲା ।
ଯାହାହେଉ ଗାଁ ରେ କିଛି ବର୍ଷ ପରେ ଗୋଟେ କିଛି ହେଲା । ସନ୍ଧ୍ୟାରେ ସେ ବି ମେଲୋଡି ଦେଖିବାକୁ ଗଲା । ସେଠାରେ ଉପସ୍ଥିତ ଲୋକଭିଡ ଦେଖି ସେ ନିଜ ଆଖି କୁ ବିଶ୍ବାସ କରିପାରିଲାନି । ମେଲୋଡି ଆରମ୍ଭ ହେବା ପରେ ସେ ଉନ୍ମତ୍ତ ଉଦ୍ଧତ ନୃତ୍ୟ ଦେଖି ସେ ଯେତେବେଳେ ନିଜକୁ ପ୍ରଶ୍ନ କଲା, ସେତେବେଳେ ତା ଅନ୍ତଃସ୍ବର ରୁ ଉତ୍ତର ଆସିଲା “ଆରେ ଗାଁ ପରା ବଦଳିଛି” ।

A P Subhakanta

Haripur, Khadianga, Jajpur – 755049

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ