ନାରୀ ସିଏ – କବିତା ପଟ୍ଟନାୟକ

ଲେଖକ ପରିଚୟ

କବିତା ପଟ୍ଟନାୟକ
ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ନାରୀ ସିଏ !
ନିରୁକ୍ତ ଅବସାଦ ଘେରା
କୁଢ କୁଢ ଭଗ୍ନାଂଶ ର ଶିଢି ଚଢି
ଅଲୋଡା ଦୀର୍ଘଶ୍ୱାସ ସବୁକୁ ଗୋଟାଉ ଗୋଟାଉ
କ୍ଲାନ୍ତ ଶିରାଳ ହାତକୁ ଆପଣେଇ ନିଏ
ନାରୀ ସିଏ ,
ଯା’ର ସଂବେଦନାର ଆବେଗ
ପ୍ରତି ମୂହୁର୍ତ୍ତ ରେ ନିଲାମ ହେଉଥାଏ ,
ନାରୀ ସିଏ!
ନିଛାଟିଆ ଫଗୁଣର
ଧୂଳିମଖା ସ୍ୱପ୍ନ ର ରାତି ମାନଙ୍କୁ
ନିଦାରୁଣ ଖରାରେ ସିଝାଇ
ଅନାବନା ବର୍ଷା ର ବିତ୍ପାତେ
ଭିଜିଭିଜି ଜଳୁଥାଏ ,
ନାରୀ ସିଏ !
ଅଡୁଆ ସଂପର୍କ ର ଦାଢୁଆ ଧାରରେ
ଧାରଧାର ରକ୍ତ ହୋଇ ଝରୁଥାଏ
ନାରୀ ସିଏ!
ସେ ଶାଗୁଆ ଆକାଂକ୍ଷାର
ବିମୁକ୍ତ ଗୋଧୂଳି
ଫେରନ୍ତା ଗୋଧଳ ର ଖୁରାଘାତେ
କ୍ଷତାକ୍ତ ,ତା’ର ଉପେକ୍ଷିତ ଆପଣାର
ମୂହୁର୍ତ୍ତ ମାନଙ୍କୁ ମହାର୍ଦ ର ମହାର୍ଘ ରେ
କୋଳେଇ ସେ ନିଏ ,
ନାରୀ ସିଏ !
ତା’ଯନ୍ତଣାର ପୃଷ୍ଠା ସବୁ ହସୁଥାଏ
ତା’ଅବସୋସ ର ଦିନ ସବୁ
କଦମ୍ବ କଦମ୍ବ ବାସୁଥାଏ
ନାରୀ ସିଏ !
ହରିଦ୍ରାର ନୀଳ ଶୈକତରେ
ଝୋଟିଭଳି ଝଟକୁ ସେ ଥାଏ ,
ନାରୀ ସିଏ !!


କବିତା ପଟ୍ଟନାୟକ, ଖୋର୍ଦ୍ଧା


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ