ମୁକ୍ତି ଏ କେଉଁ ଭଳି – କବିତା ପଟ୍ଟନାୟକ

ଲେଖକ ପରିଚୟ

କବିତା ପଟ୍ଟନାୟକ
ଖୋରଧା, ଓଡିଶା | +

Read More

ଏହି ବିଷୟଟି 18 ଜଣ ପାଠକ ପଢି ସାରିଛନ୍ତି

ନାରୀ ମୁକ୍ତିର ଡିଣ୍ଡିମ ବାଜୁଛି
ମୁକ୍ତି କାଳିମା ବୋଳି
ତିକ୍ତ ସ୍ୱଦର ଲାଞ୍ଛନା ଭାଳି
ଜିହ୍ୱା ତା ଯାଇଛି ଜଳି
କହ ମୁକ୍ତି ଏ କେଉଁ ଭଳି
ଏବେବି ଝରୁଛି ତା ଆଖିରୁ ଲୁହ
ଛାତିରେ ଭରିଛି କୋହ
ସମାଜ ଯଜ୍ଞେ ନିଜକୁ ନିଜେହିଁ
ଇନ୍ଧନ କରି ରଚିଅଛି ସିଏ
ନିରବରେ ବିଦ୍ରୋହ ।
ରନ୍ଧନ ଶାଳା ବନ୍ଧନ କାଟି
ରାଜପଥ ପରେ ସଂଗ୍ରମେ ଅବତରି
କଷଣ ଆଘାତେ ପାଷାଣ ସାଜିସେ
।ବାସନା ଭର୍ ଛନା ଏକାକାର କରି
ଆଞ୍ଜୁଳାରେ ନିଏ ଭରି
ସିଏ ଚିର ବନ୍ଦିତା ନାରୀ ।
ଅବଗୁଣ୍ଠିତା ହୋଇ ଲୁଣ୍ଠିତା
ଅପେକ୍ଷାରେ ଉପେକ୍ଷିତ
ରାଜମହଲରୁ ରାଜରାସ୍ତା ଯାଏ
ସବୁଠି ସେ ନିଷ୍ପେସିତ ।
ସମାଜ ମଙ୍ଗଳ ମହିଳା ସମିତି
ମଇଳା ସଜାଏ ତାକୁ ନିତି ନିତି
ସୁପ୍ତ କାଳିମା ବୋଳି
କହ ମୁକ୍ତି ଏ କେଉଁ ଭଳି ?
ବାଧା ବନ୍ଦନ କରି ଚନ୍ଦନ
ନିତି ସୃଜୁଥାଏ ଅମୃତ ନନ୍ଦନ
ଲୁହର ମଦିରା ପିୟୁଷ ପୟବେ
ନିତି କରୁଥାଏ ପାନ
ଶବ୍ଦ ନୁହେଁ ନାରୀ
ଦୁଇଟି ଅକ୍ଷର ଅପୂର୍ବ ମିଳନ
ନାରୀ ଏକ ଆନ୍ଦୋଳନ !!!!!


କବିତା ପଟ୍ଟନାୟକ, ଖୋର୍ଦ୍ଧା

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments