ତୁମେ – କବିତା ପଟ୍ଟନାୟକ

ଲେଖକ ପରିଚୟ

କବିତା ପଟ୍ଟନାୟକ
ଖୋରଧା, ଓଡିଶା | +

Read More

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ତୁମ ସହ ଦେଖା ହେଲାବେଳେ
ମାତ୍ର କେଇ ପାହୁଣ୍ଡ ବାକି ଥିଲା
ଜୀବନର ଅପରାହ୍ନ ହେବାକୁ
ତୁମ ସହ ଦେଖା ହେଲା ବେଳେ
ପ୍ରତାରକ ସମୟର ଓଠ, ଚୁମି ନେଇଥିଲା
କୃଷ୍ଣଚୂଡା ର ଲାଲିମାକୁ
ଇନ୍ଦ୍ରଧନୁର ରଙ୍ଗକୁ
ଆଉ ଶତାବ୍ଦୀ ର ଭୋକ କୁ
ତୁମ ସହ ଦେଖାହେଲାବେଳେ

ତୁମସହ ଦେଖାହେଲାବେଳେ
ଝୋଟି ରଙ୍ଗ ର ମହକ କୁ
ଭୁଲିସାରିଥିଲା ଜୀବନ
ଅମାନିଆ ବସନ୍ତ ରୁ
ହଜି ସାରିଥିଲା ଲାଲିମା
ଆଉ ଦୁଷ୍ଟ ପବନରୁ ଉଡିଯାଇଥିଲା ରଙ୍ଗ
ତୁମ ସହ ଦେଖା ବେଳେ
ତୁମସହ ଦେଖା ହେଲା ବେଳେ
ଭୋଦୁଅ ଖରାଭଳି ଚିକ୍ ମିକ୍ କରୁଥିଲ ତୁମେ
ଶୁଖିଲା ନଇଟେ ପରି ବାଟକାଟି
ଗଡିଯାଉଥିଲି ମୁଁ
ମୋ ଅପହଞ୍ଚ ହାତରୁ ଝରୁଥିଲା ରକ୍ତ
ନିଷିଦ୍ଧ ବାଡ ଭିତରୁ ଚାହିଁ ରହିଥିଲ ତୁମେ.
ଆଉ ତୁମ ସହ ଭେଟ ହେବା ପରେ
ଶ୍ରାବଣର ଓଦା ମାଟି ଭଳି ଓଦା ଓଦା ଲାଗୁଥିଲା ମନ
ଜୋଛନାର ମଧୁରିମାରେ ଧୋଇ ହେଉଥିଲା ଜୀବନ
ସୁଖୀହୁଅ ତୁମେ ସତେ ହୁଅ ଆୟୁଷ୍ମାନ
ତୁମ ସହ ଭେଟ ହେବା ପରେ!!!!!


କବିତା ପଟ୍ଟନାୟକ, ଖୋର୍ଦ୍ଧା

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments