ହେ ବୁଦ୍ଧ ତୁମକୁ ଝରୁଛି ଲୁମ୍ବିନୀ – ସଂଗୀତା ନାଏକ

ଲେଖକ ପରିଚୟ

ସଂଗୀତା ନାଏକ
ରାୟଗଡା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜଗତକୁ ଦେଇ ଦିବ୍ୟ ଜ୍ଞାନ
ହେ ପରମ ପୂଜ୍ୟ ଗୌତମ ବୁଦ୍ଧ
ଦେଇଥିଲ ତୁମେ ଆଲୋକର ଚିରସ୍ରୋତ
ସଭିଙ୍କ ମନରେ ତୁମେ ଚିର ନମସ୍ୟ ll

ତୁମର ପ୍ରଦତ୍ତ ଚାରି ଆର୍ଯ୍ୟ ସତ୍ୟ
ମାନବ ସମାଜ ପାଇଁ ଆଲୋକର ପଥ
ଦେଇଛ ତୁମେ ଦୁଃଖ ନିରୋଧର ମାର୍ଗ
ପୁଣି ନିର୍ବାଣର ଚରମ ଲକ୍ଷ୍ୟ ll

ଉତ୍ତମ ବାକ୍ୟ, କର୍ମ, ଜୀବିକା, ଉଦ୍ୟମ
ତା ସାଙ୍ଗକୁ ଉତ୍ତମ ସ୍ମୃତି, ଧ୍ୟାନ, ଦୃଷ୍ଟି ଓ ସଂକଳ୍ପ
କାମନା ବାସନକୁ କରି ଅନ୍ତ
ନ କରି ହିଂସା ଆଚରଣ ll

ଦଶଶୀଳ ନୀତି ତୁମ ସାରା ବିଶ୍ୱରେ ଆଦୃତ
ଦୟା, ଧର୍ମ, ଅହିଂସାକୁ କରି ମୂଳମନ୍ତ୍ର
ଦୁଃଖୀ, ଦରିଦ୍ର, ଅସହାୟର ସାହାରା ପଥ
କଳୁଷିତ ସମାଜକୁ କରିଥିଲ ରୂପାନ୍ତର ll

ଭଗ୍ନ ଅବସ୍ଥାରେ ଏବେ ତୁମ ଆଦର୍ଶ
ଆଧୁନିକତାର ଅଡୁଆଳରେ ଲୁଚିଲାଣି ମୁଳତତ୍ୱ
କାନ୍ଦୁଛି ଲୁମ୍ବିନୀ, ଖୋଜୁଛି ଅସହାୟ ମାତୃତ୍ୱ
ଆଉଥରେ ଫେରିଆସି ଦୂର କର
ଜୀବଜଗତକୁ ଉଦ୍ଧାର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ସତ୍ୟରଞ୍ଜନ ଦାସ
ବଣମଲ୍ଲୀ ପାଠକ
11 ମାସ ପୂର୍ବରୁ

ଖୁବ ଚମତ୍କାର