ମୋର ସଂଘର୍ଷ ଆଉ ଭଗବାନଙ୍କ ହସ – ସତ୍ୟରଞ୍ଜନ ଦାସ

ଲେଖକ ପରିଚୟ

ସତ୍ୟରଞ୍ଜନ ଦାସ
ସା - ରତଳାଙ୍ଗ ବୈଷ୍ଣବ ମଠ, ପୋ - ରତଳାଙ୍ଗ, ଜିଲ୍ଲା - ଯାଜପୁର, ପିନ - ୭୫୫୦୦୪ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବାଲ୍ୟକାଳର ଜୀବନ
ହସଖୁସ ଆଉ କ୍ରନ୍ଦନ,
ଦାରିଦ୍ର ଆଉ କର୍ଷଣ
ପରିବାର ପାଇଁ ପୋଷଣ…

କର୍ମର ଉପହାସ ବାରମ୍ବାର ପ୍ରୟାସ
ଆଶାର ଆଲୋକ
ତଥାପି ନ ଥାଏ ଭୋକ !

ଗାଁରୁ ସହର ଅଫେରନ୍ତା ମଣିଷ
ସମୟର ଅଭାବ କିନ୍ତୁ ଟଙ୍କା ଅଜସ୍ର,
ଚିନ୍ତିତ ଆତ୍ମା ଆଉ ହୃଦୟର ବ୍ୟଥା
ଅଜାଗା ଘା ଏ ଅକୁହା କଥା !

ନୟନରେ ଲୋତକ
ଦାୟିତ୍ୱର ପ୍ରହାର,
କଷ୍ଟ ଜର୍ଜରିତ ହୃଦୟ
ସମସ୍ତେ ଲାଗନ୍ତି ପର…

ସତ୍ୟର ପଥରେ ମୁଁ
ଭଗବାନଙ୍କୁ କରେ ପ୍ରାର୍ଥନା
କେବେ ଥମିବ ମୋ ଭାଗ୍ୟର ଯାତନା !

ଗର୍ବିତ ସେବିକା ମୁଁ କର୍ତ୍ତବ୍ୟଦାୟିତ୍ୱର
ଜୀବନ ଯାହାର ସଂଘର୍ଷମୟ
ମୃତ୍ୟୁକୁ ଅବା ତାର କି ଡର…

ଶେଷରେ ଏତିକି ବିଶ୍ୱାସ…
କରୋନା ହାରିବ,ବିଶ୍ୱ ଜିତିବ
ଏ ଚିରନ୍ତନ ପ୍ରତିଶୃତି ମୋର !


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ