ଜାତିବାଦ ଛାଡ଼ି ସରବେ ହସିବା ଭାରତ ମାତାର କୋଳେ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ମୁକ୍ତାକାଶେ ଦେଖ ଲହରେ ତ୍ରିରଙ୍ଗା
ବଖାଣେ ଗୌରବ ଗାଥା
ଭାତୃପ୍ରୀତି ଆମ ବନ୍ଧା ପଡ଼ିଅଛି
ହୃଦୟେ ଲାଗିଛି ବ୍ୟଥା….

ସ୍ବାଧିନ ହୋଇଲା ଦେଶ ସିନା ଆମ
ହଟିଛି ବିଦେଶୀ ଦାଉ
ଜନତା ଅନ୍ତରେ ଏବେବି କଷଣେ
ଭାଙ୍ଗୁଛି ଲହଡି ଢେଉ….

ଅନ୍ୟାୟ ଅନୀତି ସବୁଠି ଚାଲିଛି
ଲୁଟୁଛି ସ୍ବଦେଶୀ ନେତା
ବିରୋଧି ଶାସକ କୋଳାକୋଳି ଏଠି
ଭକୁଆ ଖାଲି ଜନତା….

କର୍ଣ୍ଣପାତି ଶୁଣ ମାତାର ରୋଦନ
ଜାଗି ଉଠ ଭାତୃଗଣ
ଭାବନାହିଁ ମନେ ଶିଖ୍,ବୁଦ୍ଧ, ଜୈନ
ହିନ୍ଦୁ ଅବା ଖ୍ରୀଷ୍ଟିଆନ୍….

ହାତେ ହାତ ଛନ୍ଦି ହୁଅହେ ଏକାଠି
ବିଜୟ ଧ୍ବଜାର ତଳେ
ଜାତିବାଦ ଛାଡ଼ି ସରବେ ହସିବା
ଭାରତ ମାତାର କୋଳେ….


ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ