ରଥଯାତ୍ରା – ମିନାକ୍ଷୀ ପାଢୀ

ଲେଖକ ପରିଚୟ

ମୀନାକ୍ଷି ପାଢୀ
ଚିକିଟି ପେଣ୍ଠ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅପୂର୍ବ ସେ ରଥ,
ବିଚିତ୍ର ଏ ପଥ,
ରଥ ରଜ୍ଜୁ ଧରି ଟାଣନ୍ତି ସତତ…
ନା ରଥ, ନା ପଥ,
ନା ପ୍ରିୟ ଭକତ,
ନିଜ ରଥ ନିଜେ ଟାଣ ଜଗନ୍ନାଥ… !
ପ୍ରାଣୀ ଦେହ ରଥ,
ଧୃବ ଏଇ ସତ୍ୟ,
ସମୟପଥରେ ଗଡିଯାଏ ସେତ…,
ଭାବେ ଉଚ୍ଛ୍ଵସିତ,
ସ୍ମାତ୍ତ, ପରମାର୍ତ୍ତ,
ରଥର ସାରଥୀ ସ୍ଵୟଂ ଉଦ୍ଭାସିତ… !
ରଥ ଅଭିମାନୀ,
ପଥ ଅଭିମାନୀ,
ଉଚ୍ଚାସନେ ଭାରି ଅଭିମାନୀ ନେତ…,
ନା ରଥ ଦେବତା,
ନା ପଥ ଦେବତା,
ସାଜଇ ଡାହୁକ ଯେଣୁ ନନ୍ଦସୂତ… !
ପାର୍ଥିବ ଏ ରଥ,
ପୂର୍ଣ୍ଣ ପଞ୍ଚଭୂତ,
ଗହଳି ଲଗାଇ ଗଡୁଥାଏ ରଥ…,
ଗଡିଯାଏ ରଥ,
ପଡିଯାଏ ରଥ,
ସେ ରଥ ଏ ରଥ ନୁହଁଇ ବିଚିତ୍ର… !


ଶିକ୍ଷୟିତ୍ରୀ ମୀନାକ୍ଷୀ ପାଢୀ,
ଚିକିଟି ପେଣ୍ଠ, ଗଞ୍ଜାମ,
ମୋ- ୯୭୭୬୫୪୫୦୦୧


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ