ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ ମେଘୁଆ ଆକାଶ ତଳେ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ
ମେଘୁଆ ଆକାଶ ତଳେ
ଚାଷୀ ଭାଇ ଦେଖ ହୋଇ ପ୍ରଫୁଲ୍ଲିତ
କ୍ଷେତକୁ ତାହାର ଚ଼ଳେ…..

ଖୁସିରେ ବିଭୋର ସାଧବ ବୋହୂଟା
ଠୁକୁ ଠୁକୁ ହୋଇ ଚାଲେ
ଇନ୍ଦ୍ରଧନୁ ରଙ୍ଗ ମନକୁ ରଙ୍ଗାଏ
ନଭ’ ଟା ଭରା ବାଦଲେ….

ବାଦଲ-ବରଷା ପ୍ରେମଚାଲିଅଛି
କବି ଲେଖନ୍ତି କବିତା
ବେଙ୍ଗୁଲୀ ରାଣୀଟା ହୁଳହୁଳି ଦିଏ
ଗାଇକି ପ୍ରେମ ବାରତା….

ମୌସୁମୀ ଆଣିଛି ମଘ ମଲ୍ଲାରକୁ
ସତେକି ରୋଷଣୀ କରି
ଆକାଂକ୍ଷା ଆକାଶୁ ଅସରା ସୁଖରେ
ଉଛୁଳେ ଜୀବନ ନଈ…..

ପ୍ରକୃତି ବିଧାନ ଅତି ସୁଶୋଭିତ
ହଟିଲା ଗ୍ରୀଷ୍ମ କଷଣ
ବରଷାର ସ୍ବର୍ଶେ ପ୍ରକୃତି ଶୋଭିତ
ଜାଗିଲା ସବୁରି ପ୍ରାଣ…..


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ