ଏତିକି ମିନତୀ ଆଜ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ସୁନାବେଶେ ଆଜି ଝଲସିବ ନାଥ
ଆରତଜନଙ୍କୁ ଚାହିଁ
ଭାଗ୍ୟକୁ ଆଦରି ବାରଦ୍ବାର ମୁହିଁ
ଦେଖହେ ଜଗତ ସାଇଁ….

ତୁମେ ଯଦି କର୍ତ୍ତା ସର୍ବହୃଦ ସ୍ଥିତା
ମୋ’କର୍ମ ତ ତୁମ ପାଇଁ
ତେବେ କିବା ଦୋଷେ ଦଣ୍ଡୁଅଛ ରୋଷେ
ବୁଝିବା ଶକତି ନାହିଁ….

ଲହୁ ଆଉ ଲୁହ ଝରି ଯାଏ ନିତି
ସବୁ’ତ ତୁମ୍ଭଙ୍କୁ ଜ୍ଞାତ
ଯଦି ମୁଁ ‘ ପତିତ ହେ ଜଗତ ନାଥ
ଉଦ୍ଧାରି ନିଅ ତ୍ବରିତ….

ମିନତୀ ବାଢ଼ିଲି ଭୋକିଲା ଉଦରେ
ଦୁଃଖ ବୁଝିବ ସାଆନ୍ତେ
ତୁମେପଛେ ନାଅ ସୁନା,ହୀରା,ଲୀଳା
ଦାସକର ଥରେ ମୋତେ….

ଅଭିଯୋଗ ନାହିଁ ମାଗୁଛି ମୁଁ ଭିକ
ଶୁଣ’ହେ ରାଜାଧିରାଜ
ଲଦିଲେ’ବି ଦୋଷ ଥାଉ ଟିକେ ଭାବ
ଏତକ ମାଗୁଣି ଆଜ….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ