ଢ଼ାଳଟିକେ ପ୍ରୀତିବାରି – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ନିରାଶ ନିଦାଘ ରଚିଥିଲା ଦାଗ
ଅସହ୍ୟ ଯନ୍ତ୍ରଣା ଦେଇ
ଆକାଂକ୍ଷା ଆକାଶୁ ଅସରାଏ ମେଘ
ଆତ୍ମଗ୍ଳାନି ଦେଲା ଧୋଇ…

ବର୍ଷାରେ ଭିଜିଲା ଦେହ ମୋର ସିନା
ଶୁଖିଲା ରହିଲା ମନ
ତୁମରି ବିରହେ ପାଲଟି ଯାଇଛି
ଏ’ ହୃଦୟ ମରୁବନ….

ହୃଦୟେ ସ୍ପନ୍ଦିତ ମନ ଆକୁଳିତ
ଉଦ୍ବିଗ୍ନେ କମ୍ପିତ ପ୍ରାଣ
ଆଦ୍ରତା ବିହୀନ ମଉସୁମୀ ମନ
ଅବୁଝା ଏ ଯଉବନ….

ଅଭିମାନ ଭୁଲି ପାଶେ ଆସ ଚାଲି
ଅବଶୋଷ ଯାଉ ସରି
ହୃଦୟ କୋହକୁ ପ୍ରଶମିତ କର
ଢାଳି ଟିକେ ପ୍ରୀତି ବାରି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ