ରଜ ମହକ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଆଷାଢ଼ର ସ୍ବର୍ଶେ ରଞ୍ଜନୀୟ ବେଶେ
ଉଲ୍ଲାସ ଧରଣୀ ମନ
ମନକୁ ସମର୍ପି ଶୀତଳ ଲଭିବ
ଶୁଦ୍ଧ କ୍ଷୀରେ ହୋଇ ସ୍ନାନ

ପ୍ରକୃତି – ପୁରୁଷ ମିଳନ ଲଭିବେ
ପ୍ରାଣୀଙ୍କ କଲ୍ୟାଣ ସାଧନେ
ମେଘ ସହ ମାଟି ହେବେ ଭେଟା ଭେଟି
ନୂତନ ସୃଷ୍ଟି ବିଧାନେ

ସୃଷ୍ଟିର ନିୟମେ ଋତୁମତୀ ପୃଥି
ପାଳିବା ପାଇଁ ସନ୍ତତି
ଗଣପର୍ବ ରଜ ଭାବ ସମ୍ପର୍କିତ
ମହାନ ଆମ ସଂସ୍କୃତି

ଶୁଭ ଲଗନର ଶୁଭ ମୁହୁର୍ତ୍ତରେ
ଉତ୍ସବ ପାଳେ ଉତ୍କଳୀ
ପ୍ରସାଧନ ପ୍ରିୟ ଉତ୍କଳର ଝିଅ
ରୂପରେ ଶୁଭ୍ର ଶେଫାଳି

ପୋଡ଼ପିଠା ପାନ ରଜର ବ୍ୟଞ୍ଜନ
ମହକେ ସାରା ମୂଲକ
ପ୍ରୀତିର ପରଶ ରଜ ସଜବାଜ
ଭରିଥାଏ ମନେ ଫୁଲକ

ଅକ୍ଷୁର୍ଣ୍ଣ, ଅତୁଟ ରହୁ ପରମ୍ପରା
ସହାହୁଅ ବିଶ୍ବପାଳକ
ବିଶ୍ବେ ପରିଚିତ ହେଉଥାଉ ସଦା
ଉତ୍କଳର ଏହି ମହକ….


ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ