କଳାକାର – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଲେଖକ ପରିଚୟ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଆଉ କରିବିନି ଅଭିନୟ ମୁହିଁ
କାଳିଆ ତୋ ରଙ୍ଗ ମଞ୍ଚେ
ମୁହେଁ ନାଲି ନେଳୀ ରଙ୍ଗ କୁ ମୁଁ ବୋଳି
ହସି ପାରିବିନି ମିଛେ ….
କାଳିଆ ତୋ ରଙ୍ଗ ମଞ୍ଚେ ।।
ଅସରା କୋହକୁ ଚାପି ରଖି ପାଖେ
କିପରି ହସିବି କହ
ଅନ୍ୟ ଖୁସି ପାଇଁ ପିଇବିନି ମୁହିଁ
ମୁଁ ନିଜେ ମୋ ଆଖି ଲୁହ
ତାଳି ଗାଳି ଖାଇ ଦହଗଞ୍ଜ ହୋଇ
ଏମିତିକି କେହି ବଞ୍ଚେ ….
କାଳିଆ ତୋ ରଙ୍ଗ ମଞ୍ଚେ ।।
ଶେଷ ଦୃଶ୍ୟ ପାଇଁ ଦେଏ ନିର୍ଦ୍ଦେଶନା
ଆହେ ଶ୍ରେଷ୍ଠ ନିର୍ଦ୍ଦେଶକ
ଶେଷ ଥର ପାଇଁ ଦେବି ମୁଁ ହସାଇ
ଏହି ମୋ ମନର ଭୋକ
ଭୋକ ମରିଗଲେ ଆଶା ମରିଯାଏ
(ତେଣୁ)ମରିବି ଆନନ୍ଦେ ନିଶ୍ଚେ ….
କାଳିଆ ତୋ ରଙ୍ଗ ମଞ୍ଚେ ।।
ସା/ପୋ- ଚକାପଦା, ବେଗୁନିଆ, ଖୋର୍ଦ୍ଧା,
ଦୁରଭାଷ-୯୧୭୮୪୭୫୪୩୭
