ଅବଶୋଷ – ଟୁକୁନା ସାହୁ

ଲେଖକ ପରିଚୟ

ଟୁକୁନା ସାହୁ
ସାନ୍ତରାପଲ୍ଲୀ, ଗଞ୍ଜାମ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଅବଶୋଷ ମୋର ରହିଗଲା ପ୍ରିୟା
ତୁମକୁ ପାଇଲି ନାହିଁ
ଜୀବିତ ଅଛି ମୁଁ ଜଳେ ମୋର ଚିତା
ସମ୍ପର୍କେ ଜହର ପାଇ ।

ଗଢ଼ିବା ନିମନ୍ତେ ଖୁସିର ସୌଧଟେ
ସାଉଁଟି ଥିଲି ମୁଁ ଯାହା
ନିର୍ଜୀବ ସଜାଇ ଦେଇଛି ସେତକ
ବଞ୍ଚେ ହେଲେ ନାହିଁ ରାହା ।

ହସି ଦିଏ ଖାଲି ସବୁ କିଛି ଭୁଲି
ଯନ୍ତ୍ରଣା ବୋଝକୁ ନେଇ
ନିଷ୍ଠୁର ସମୟ ଉପହାସ କରେ
ମୁଁହ କୁ ମୋହର ଚାହିଁ ।

ବନ୍ଧୁ ସହୋଦର ସାଜିଲେ ନିଷ୍ଠୁର
ବୁଝିଲେନି ମନ କଥା
ଜାତି ପ୍ରଥା ନାମେ ପ୍ରତିରୋଧ କଲେ
ସବୁ କିଛି ହେଲା ବୃଥା ।

Leave a Reply

Your email address will not be published. Required fields are marked *