ତୁ ଆଉ ମୁଁ – ସନ୍ତୋଷ ପଟ୍ଟନାୟକ
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ମନ ଉପବନେ ସୁମନ ଟି ତୁମେ
ମୁଁ’ ଉପବନ ମାଳୀ
କୋଟି କୋକିଳର କଣ୍ଠସ୍ବର ତୁମେ
ମୁଁ’ ଗୁଣୁଗୁଣେଇବା ଅଳି….
ସମୟ ବେଳାରେ ତୁମେ ମୋର ପ୍ରୀତି
ମୁଁ ‘ ତୁମ ଜୀବନ ଗୀତି
ସକାଳ ସଞ୍ଜରେ ତୁମେ ଦୀପଟିଏ
ମୁଁ ‘ ତୁମ ପୁରାଣ ପୋଥି….
ଜୀବନ ଆକାଶେ ଚାନ୍ଦ ତୁମେ ମୋର
ମୁଁ ‘ ଶୀତଳ ଜୋଛନା
ମୁଁ ‘ ଗୀତ ହେଲେ ସୁର ତାଳ ଲୟେ
ତୁମେ ତ ମୋ ମୁର୍ଛନା….
ହୃଦ ମନ୍ଦିରରେ ଦେବୀ ଟିଏ ତୁମେ
ମୁଁ’ ତୁମ ମନ ଦେବତା
ବୁଣି ଦେଇ ପ୍ରୀତି ତୁମେ ଅର୍ଦ୍ଧାଙ୍ଗିନୀ
ମୁଁ’ ତୁମ ଜୀବନ ସତ୍ତା….
ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ
