ଈଶ୍ୱର ବି ବନ୍ଦୀ ଏଥର – ରାଜେଶ କୁମାର ମୁଣ୍ଡ

ଲେଖକ ପରିଚୟ

ରାଜେଶ କୁମାର ମୁଣ୍ଡ
ଧର୍ମଗଡ, କଳାହାଣ୍ଡି | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ଆଖି ବନ୍ଦ କରିବା ମାତ୍ରକେ
ମାଡ଼ିବସୁଛନ୍ତି
ଯେତେ ଅଲୋଡ଼ା ସ୍ବପ୍ନ ।
ଜରାଗ୍ରସ୍ତ ଜହ୍ନ, ଶୋକାଗ୍ରସ୍ତ ସୂର୍ଯ୍ୟ,
ଘନୀଭୂତ ଅନ୍ଧାରର ରାଜତ୍ୱ ।

ଈଶ୍ୱର ବନ୍ଦୀ
ପରିଚିତ ବ୍ୟାଧର ଫାଶରେ,
ମୁକୁଳିବାର ଯୁ’ ନାହିଁ ।
କ’ଣ ବା କହିବେ କାହାକୁ –
ସେ ନିଜେ ତ
ମୃଗୁଣୀକୁ ଦେଖି ମୋହାସକ୍ତ,
ଭକ୍ତର ଆବେଗରେ ଭାବାସକ୍ତ ।

ସମୟର ନିଷ୍ଠୁର ଚାବୁକ୍ ମାଡ଼ରେ
ନିଜ ଶବକୁ କାନ୍ଧରେ ବୋହି
ଚାଲିଛି ପଥିକ ।
ଅଳ୍ପ ବୟସେ ଝରିପଡୁଛି ଫୁଲ,
ପାକଳ ହେଉଛି ଫଳ ।

ଉଡ଼ନ୍ତା ଚଢ଼େଇର ପର
ଛିଣ୍ଡି ପଡୁଛି ଉଡିବା ଆଗରୁ ।
ଏସବୁକୁ ଦେଖି
ଈଶ୍ବର ବି ଚାହୁଁନି ମୁକୁଳିବା ପାଇଁ,
ଦେଉଳର ଅଦେଖା ବନ୍ଧନରୁ ।।


ରାଜେଶ କୁମାର ମୁଣ୍ଡ,
ଧର୍ମଗଡ଼ ସାହିତ୍ୟ ସଂସଦ ଧର୍ମଗଡ଼, କଳାହାଣ୍ଡି

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments