ନିଦାଘର ରୋଷ – ଟୁକୁନା ସାହୁ

ଲେଖକ ପରିଚୟ

ଟୁକୁନା ସାହୁ
ସାନ୍ତରାପଲ୍ଲୀ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିଦାଘ ତାପରେ ଉତପ୍ତ ଧରଣୀ
ରହିଛି ବର୍ଷାକୁ ଚାହିଁ
ଜଳି ଉଠେ ନିତି ତାହାର ହୃଦୟ
ରୁଦ୍ର ତାପ ସହି ସହି ।

ବୃକ୍ଷରାଜି ସବୁ କରନ୍ତି କ୍ରନ୍ଦନ
ପାଇବାକୁ ମୁନ୍ଦେ ଜଳ
ଜୀବଜନ୍ତୁଙ୍କର ଉଡିଯାଏ ହସା
ବୁଡିଲା ବେଳକୁ ବେଳ ।

ଦିବାକର କିବା କରିଛନ୍ତି ପଣ
ବିନାଶିବା ପାଇଁ ଧରା
ଦିନୁ ଦିନ ଖାଲି ବଢେ ତାପମାତ୍ରା
ଅସହ୍ୟ ହେଲାଣି ଖରା

ନିଷ୍ଟୁର ମାନବ ସାଜିଛି ଦାନବ
ବୃକ୍ଷ କାଟଇ ଅଚିରେ
ଇନ୍ଦ୍ର ଦେବଙ୍କର ବଢେ କୋପ ଦୃଷ୍ଟି
ଢାଳନ୍ତିନି ବାରି ଧାରେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ