ମାଆ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ମାଆର ପଣତ
ଶ୍ରୀମନ୍ଦିର ନେତ
ଜଗତେ ତୁଳନା ନାହିଁ….
ମାଆ ମମତାର
ସେନେହ ପାଉଣା
କେ’ଅବା ପାରିବ ଦେଇ…

ମା’ହୃଦେ ଭରା
ଅମୃତର ଧାରା
ମୁଖେସଦା ମିଷ୍ଟଭାଷା
ସ୍ନେହ,ପ୍ରେମ,ଶ୍ରଦ୍ଧା
ଏକଡୋରେ ବନ୍ଧା
ମାନସିକ ତେରଓଷା….

ମାଆ ଅଟେ ମାଟି
ମାଆ ପୁଣି ସୃଷ୍ଟି
ଏହାହିଁ ନିଚ୍ଛକ ସତ୍ୟ,,,
ମାଆ ଛଡ଼ା ଏହି
ଚରାଚର ବିଶ୍ବେ
କେ ବୁଝିବ ଅନ୍ତର କ୍ଷତ…!!


ବେଗୁନିଆପଡା଼ ବ୍ଳକ, ତିରିଡା଼ ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ